ରାଉରକେଲା
, 4 ଜୁନ୍ (ହି.ସ.)ବିଗତ
୨ବର୍ଷ ଅଢଇ ମାସ ତଳେ ରୋଗରେ ପଡି ମୃତ୍ୟୁବରଣ କରିଥିିବା କାମିନୀ ସାମଲ /ଭଂଜ ଙ୍କ ପରିବାରକୁ ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧୀକାରୀ ପେନସନ ଓ ଅନ୍ୟାନ୍ୟ ବକେୟା
ପାଇବାରେ ସହ ଯୋଗ ନକରି
ଲାଠିକଟା ଅଫିସରୁ ସୁନ୍ଦରଗଡ ଦଉଡାଇବା କଥାରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଗତ ମାର୍ଚ୍ଚ ରୁ
ମୃତା ଶିକ୍ଷୟତ୍ରୀ ଙ୍କ ସ୍ୱାମୀ ମୋତିଲାଲ ଭଂଜଙ୍କୁ ପ୍ରୋଭିଜିନାଲ ପେନସନ ଦେବା ସହ ୨ବର୍ଷର ଏରିଅର
ଟଙ୍କା ପ୍ରଦାନ କରାଯାଇଛି । । ଭିବିଶ୍ୟନିଧୀ
ଟଙ୍କା ଯେଉଁଥିଲାଗି କୌଣସି ବିଶେଷ କାଗଜପତ୍ରର ଆବଶ୍ୟକତା ନଥାଏ ତାକୁ ତୁରନ୍ତ ଦେଇ ଦେବା କଥା କିନ୍ତୁ ତାହା ମଧ୍ୟ ହୋଇନଥିଲା । ଲାଠିକଟା ବାବୁ
ବିଇଓ ତାଙ୍କ ରାଇଜରେ ସବୁବେଳେ କୁଆଡେ ମସଗୁଲ ରହୁଥିବା ବେଳେ ତାଙ୍କୁ ପ୍ରାୟ କେହି ଅଫିସରେ ପାଆନ୍ତି ନାହିଁ , ଏହାର ସୁବିଧା ନେଇ ତଳିଆ ବାବୁ ମାନେ ମନଇଛା ଏଠି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବିଭିନ୍ନ କାମକୁ ନେଇ ଖେଳିଥାନ୍ତି । ଅନେକ ଅବସର
ନେଇଥିବା ଶିକ୍ଷକ ମାନଙ୍କର ଏଯାଏ ପେନସନ ଓ ବକେୟା ପାଉଣା
ମିଳିନଥିବାର ଖବର ରହିଛି । ତେବେ କାମିନୀ
ସାମଲ/ଭଂଜ ଙ୍କ ମାମଲାରେ ଦୁଇଦିନ ତଳେ ୨ତାରିକରେ ଲାଠିକଟା ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀରେ କାମିନୀଙ୍କ ସ୍ୱାମୀ ଓ ପୁଅ ଜିଲ୍ଲାପାଳ
ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଏହାକୁ ପାଇବା
ମାତ୍ରେ ସାଙ୍ଗେ ସାଙ୍ଗେ ଡିଇଓ ସୁନ୍ଦରଗଡ ପଦାକୁ ଚାଲିଆସି ଏହି ବାପ ପୁଅଙ୍କୁ ପଚରା ଉଚରା କରିବା ସହ ଖେଳ ଖେଳୁଥିବା
ବିଇଓ ଓ ମୁଖ୍ୟ କିରାଣୀ
ଙ୍କୁ ତୁରନ୍ତ ଆଜି ଭିବିଷ୍ୟନିଧୀ ପାଉଣା ଦେବା କୁ ନିର୍ଦ୍ଧେଶ ଦେଇଥିଲେ
ଓ କହିଥିଲେ ଏମାନେ ହଇରାଣ ହେଲେ ଆମେ ବି ହଇରାଣ ହେବା
ତେଣୁ ଆଜି ଭବିଶ୍ୟନିଧି କୁ ଦିଅ ।
ପରେ ବାପ ପୁଅ ପଳାଇ ଆସୁଥିବା ବେଳେ ବିଇଓ ବାବୁ ଦଉଡି ଦଉଡି ଆସି ଦୁହିଁଙ୍କୁ
ଲାଠିକଟା ବିଇଓରେ
ପହଁଚିବାକୁ କହିଥିଲେ ।ପରେ ଏହି ବାପ ପୁଅ ସେଠାକୁ ଗଲେ ।ବିଇଓ କହିଉଠିଲେ ଆପଣ ମାନେ ଖବର କାଗଜରେ ବାହାର କଲେ ମୋତେ କହିଲେ ନାହିଁ , ଏହି କଥାରେ କାମିନୀ ଙ୍କ ପୁଅ କହିଲେ ଅପଣଙ୍କୁ ଅନେକ ଥର ମୁଁ ଭେଟିଛି
ଆପଣ କିରାଣୀ ଙ୍କୁ ଭେଟି କାମ କରାନ୍ତୁ ବୋଲି କହିଦେଇ ଚାଲି ଯାଆନ୍ତି ।ପରେ ସମସ୍ତ କାଗଜ ପତ୍ର ଦସ୍ତଖତ ହେଲା ପରେ ସେହିଦିନ ହିଁ ଲାଠିକଟା ବିଇଓ ଅଫିସ ଚିଠି ନମ୍ବର ୯୩୦ ତା ୨/୦୬/୨୦୨୫ ଅନୁଶାରେ କଂଟ୍ରୋଲର ଅଫ ଆକାଉଁଟ କୁ
ସମସ୍ତ କାଗଜ ପତ୍ର ପଠାଇ ଦିଆଗଲା । ଏକଥା ଜିଏ
ଶୁଣୁଛି , ଭବିଶ୍ୟନିଧୀ ଲାଗି ଏତେ ଦିନ ଅପକ୍ଷା କାହିଁକି କରାଗଲା ? ଜଣେ ସରକାରୀ ଶିକ୍ଷୟତ୍ରୀ ହେଉ କିମ୍ବା କର୍ମଚାରୀ ଏତେ ଦି ଖଟିବା ପରେ
ଅବସର ହେଉ କିମ୍ବା ମୃତ୍ୟୁ ସେଥିରେ ଯଦି ଏଭଳି ହଇରାଣ କରାଜିବ ଓ ମତଲବରେ କାମ
ଚାଲିବ ତେବେ ସରକାର କରୁଛି କଣ ବୋଲି ପ୍ରଶ୍ନ
ହୋଇଛି । ତେଣୁ ଏହି
ଅଫିସ ବିରୁଦ୍ଧରେ ଯହା ଶୁଣାଯାଉଛି ତାହା ଏହିଥିରୁ ପୁରା ପ୍ରମାଣ ମିଳୁଛି ୁ । ପାଣିରେ
ମସଗୁଲ ବାବୁ ଙ୍କ ସହ ଅଛନ୍ତି କାଗଜ
ପ୍ୟାରା କିରାଣୀ ି ସିଡଭିଲ ଟାଉନରେ
ଆଲିସାନ ଘର ସହ ବ୍ୟାଙ୍କ
ବାଲାନ୍ସ ଅନେକ, ଏମାନଙ୍କୁ ଡିଇଓ ସୁନ୍ଦରଗଡ ଅଫିସ ଓ ଭିଜିଲାନ୍ସ ରାଉରକେଲା
ଦେଖିପାରୁ ନାହିଁ , ତେଣୁ ବାବୁ ,ମାନେ ନିରୋଳାରେ ଜଲଦା ପାଖରେ ଜାୟୀୟ ରାଜପଥ କଡରେ ବସି ମନମାନି ଚଳାଇଛନ୍ତି । ରାଜ୍ୟରେ ୨୪ବର୍ଷ
ର ସରକାର ରେ ଏଭଳି ସ୍ଥିତି
ଥିଲା ଏବେ ମଧ୍ୟ ରହିଛି । ତାହାର ପ୍ରମାଣ
ଏହି ମାମଲାରୁ ସ୍ଫଷ୍ଟ ଜଣାପଡୁଛି । କେବଳ ଜିଲ୍ଲାପାଳ
ଙ୍କ ଜନଶୁଣାଣୀ ଲାଗି ଓ ଖବର କାଗଜ
ବାଜି ହେବାରୁ ଏହି ପରିବାର ଏଯାଏ କିଛି ପାଉଣା ଓ ସୁବିଧା ପାଇଲେ
ଏହାଭିତରେ ୨ବର୍ଷ ୩ମାସ ବିତିଗଲା ।ପୁଅରେ ଚାକିରୀ କଥାରେ କିରାଣୀ ବାବୁ ସିଧା ମନା କରିଦେଇଥିଲେଏବେ
ବିଇଓ କହିଛନ୍ତି ଆବେଦନ କର ଦେଖିବା ,ତେଣୁ
ଯେତେବେଳେ ଅଫିସ ର ମୁଖିଆ ପାଣିରେ
ନସଗୁଲ ରହିବେ ଜିଲ୍ଲା ବାବୁ ମାନେ ସବୁ ଜାଣି ନିରବ ରହିବେ ବିରୋଧୀ ଦଳ ମଧ୍ୟ ନିରବ
ରହିବସେଠି ଯାହା ହେବା କଥା ହେଉଛି ହେଉଥିବ । ରାଜ୍ୟରେ ମୋହନ
ସରକାର ଅବଶ୍ୟ ଏସବୁ କୁ ନେଇ ତାଗିଦ
କରିଛନ୍ତି , ଯାହାର ପ୍ରମାଣ ଓ କାମ ଜିଲ୍ଲାପାଳଙ୍କ
ଜନଶୁଣାଣି ଭୟରୁ ଜଣା ପଡିଲା । କିନ୍ତୁ ଦିର୍ଘ
ବର୍ଷ ବର୍ଷ ଧରି ଗୋଟିଏ ପଦରେ ବସି ରହୁଥିବା ବାବୁ ,ମାନେ ନିୟମିତ କାଗଜ ପ୍ରେମରେ ପଡିଯାଇ ଏଠାରେ ନିଜ କୁ ସ୍ଥାୟୀ ବାସିନ୍ଦା
କରୁଥିବାରୁ ଏଭଳି ମନମାନି ବଢୁଥିବା କୁହାଯାଉଛି । ତେଣୁ ଜିଲ୍ଲା
ଶିକ୍ଷା ବିଭାଗରେ ଅମୁଳ ଚୁଳ ବଦଳି ସାଙ୍ଗକୁ ନୁଆ ଅଧିକାରୀ ମାନଙ୍କ ଅଣାଗଲେ ଯାଇ ଏସବୁରେ କିଛିଟା ପରିବର୍ତନ ଅ।।ସିବ ବୋଲି ମତ ପ୍ରକାଶ ପାଇଛି
।ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏନେଇ ସରକାରଙ୍କୁ ଅବଗତ କରିବାକୁ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ