ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର କଡା ପ୍ରତିକ୍ରିୟା, କହିଲା ଏହା ଭାରତୀୟ ସେନାର ବୀରତ୍ୱର ଅପମାନ
ନୁଆଦିଲ୍ଲୀ 4 ଜୁନ (ହି.ସ)-କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନରେ ଭାରତୀୟ ଜନତା ପାର୍ଟୀ ଜବାବ ଦେଇ ଏହାକୁ ସେନା ପ୍ରତି ଅପମାନ ବୋଲି କହିଛି।ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ସେନା ଦ୍ୱାରା ପ୍ରଦର୍ଶିତ ଅତୁଳନୀୟ ସାହସିକତା ଏବଂ ସେନା ଅଧିକାରୀଙ୍କ ଦ
ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର କଡା ପ୍ରତିକ୍ରିୟା, କହିଲା ଏହା ଭାରତୀୟ ସେନାର ବୀରତ୍ୱର ଅପମାନ


ନୁଆଦିଲ୍ଲୀ 4 ଜୁନ (ହି.ସ)-କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ

ବୟାନରେ ଭାରତୀୟ ଜନତା ପାର୍ଟୀ ଜବାବ ଦେଇ ଏହାକୁ ସେନା ପ୍ରତି ଅପମାନ ବୋଲି କହିଛି।ସେ

କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ସେନା ଦ୍ୱାରା ପ୍ରଦର୍ଶିତ ଅତୁଳନୀୟ ସାହସିକତା

ଏବଂ ସେନା ଅଧିକାରୀଙ୍କ ଦ୍ୱାରା ଯେଉଁଭଳି ଭାବରେ ଅପରେସନ ସିନ୍ଦୁରର ସଫଳତାକୁ ବିବରଣୀ

ଦିଆଯାଇଛି ,ଏହାକୁ ସରେଣ୍ଡର ସହ ତୁଳନା କଲେ

ଜଣାପଡେ ଯେ ଏହି ମାନସିକତା କେତେ ବିପଦପୁର୍ଣ୍ଣ ହୋଇଗଲାଣି।ଭାଜପା ମୁଖ୍ୟାଳୟରେ ବୁଧବାର ଆୟୋଜିତ

ସାମ୍ବାଦିକ ସମ୍ମିଳନୀରେ ଭାଜପା ମୁଖପାତ୍ର ଏବଂ ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ

ଗୋଟିଏପଟେ ଭାରତ ଦ୍ୱାରା ପଠାଯାଇଥିବା ମିଳିତ ସଂସଦୀୟ ଦଳରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳର

ସାଂସଦମାନେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଭାରତର ପକ୍ଷକୁ ଗମ୍ଭୀରତାର ସହ ଏବଂ ସମଗ୍ର ଜାତିର ଏକତା ସହିତ ଫେରି ଆସିଛୁ, ଏବଂ ସେହି

ସମୟରେ ରାହୁଲଗାନ୍ଧୀ ଅତ୍ୟନ୍ତ ନିଚ୍ଚ କଥା କହି ବିଶ୍ୱକୁ କହୁଛନ୍ତି ଯେ ବିରୋଧୀ ଦଳର ନେତା

ପଦବୀ ହାସଲ କରିବା ପରେ ମଧ୍ୟ ତାଙ୍କଠାରେ ଗମ୍ଭୀରତା ଏବଂ ବିରୋଧୀଦଳର ନେତାଙ୍କ ପରିପକ୍ୱତାର

ସମ୍ପୁର୍ଣ୍ଣ ଅଭାବ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande