ଗ୍ୟାଙ୍ଗଟକ, 4 ଜୁନ୍ (ହି.ସ.)- ଉତ୍ତର ସିକ୍କିମରେ ବିନାଶକାରୀ ଭୁସ୍ଖଳନ ପରେ ଭାରତୀୟ ସେନା ପ୍ରତିକୂଳ
ପାଣିପାଗ ଓ ବିପଜ୍ଜନକ ଅଂଚଳରେ ସ୍ଥାନୀୟ ବାସିନ୍ଦା ଓ ଫସିରହିଥିବା ପର୍ଯ୍ୟଟକମାନଙ୍କ ସାହାଯ୍ୟ ସହାୟତା
ପାଇଁ ଅକଥ ପ୍ରୟାସ କରୁଛନ୍ତି। ଏହି ଅଞ୍ଚଳର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ଲାଚେନ୍ ଗାଁକୁ ଯାଉଥିବା
ସମସ୍ତ ରାସ୍ତା ଭୁସ୍ଖଳନ କାରଣରୁ ବାଧାପ୍ରାପ୍ତ ହୋଇଛି । ତଥାପି,
ସେନା
ଗାଁ ସହିତ ପଦଯାତ୍ରା ମାଧ୍ୟମରେ ଯୋଗାଯୋଗ ସ୍ଥାପନ କରି ୧୧୩ ଅଟକିଥିବା ପର୍ଯ୍ୟଟକଙ୍କ ସହିତ
ସଂଯୋଗ ସ୍ଥାପନ କରିଛି। ସେମାନଙ୍କୁ ଶୀଘ୍ର ଉଦ୍ଧାର କରାଯିବ।
ଭାରତୀୟ ସେନା ଆଜି ଏକ ବୟାନରେ କହିଛି ଯେ,ଜୁନ୍ 3 ତାରିଖରେ କିଛି
ବିଦେଶୀ ନାଗରିକଙ୍କ ସମେତ ୩୦ ଜଣ ପର୍ଯ୍ୟଟକଙ୍କୁ ଏକ ସେନା ହେଲିକପ୍ଟର ମାଧ୍ୟମରେ ସଫଳତାର ସହିତ
ଉଦ୍ଧାର କରାଯାଇଛି। ଏହା ମଧ୍ୟରେ, ଉତ୍ତର ସିକ୍କିମର ଛାତେନ୍ରେ ଥିବା ସେନା
ଶିବିରରେ ଭୁସ୍ଖଳନ ହେବା ପରେ ନିଖୋଜ ହୋଇଥିବା ୬ ଜଣଙ୍କ ତଲାସୀ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା