ସିୟୋଲ, 4 ଜୁନ୍ (ହି.ସ.)- ଦକ୍ଷିଣ କୋରିଆ ପାଞ୍ଚ ବର୍ଷ ପାଇଁ ତାଙ୍କର ଅଗାମୀ ରାଷ୍ଟ୍ରପତିକୁ ଚୟନ କରିଛି ।
ମତଦାତାମାନେ ଲି ଜେ-ମ୍ୟୋଙ୍ଗ ଉପରେ ଭରସା ବ୍ୟକ୍ତ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ମାର୍ଶାଲ୍
ଲଙ୍କ ବିବାଦସ୍ପଦ ଘୋଷଣା ପରେ ହୋଇଥିବା ତିବ୍ର ବିରୋଧ ପରେ ହୋଇଥିବା ଏହି ଉପନିର୍ବାଚନରେ ଲି
ଜେ-ମ୍ୟୋଙ୍ଗ ନିର୍ବାଚିତ ହୋଇଛନ୍ତି । ସେ ଦକ୍ଷିଣ କୋରିଆର ଉଦାରବାଦୀ ଡେମୋକ୍ରେଟିକ୍ ପାର୍ଟିର
ନେତା ଅଟନ୍ତି।
ଦ କୋରିଆ ଟାଇମ୍ସ ପତ୍ରିକାର ଖବର ଅନୁସାରେ, ନବନିର୍ବାଚିତ ରାଷ୍ଟ୍ରପତି
ଲି ଜେ-ମ୍ୟୋଙ୍ଗ ବୁଧବାର ସକାଳ 6:21 ରେ ଔପଚାରିକ ଭାବେ ତାଙ୍କର କାର୍ଯ୍ୟାଲୟ
ଅବଧିର ଆରମ୍ଭ କରିଛନ୍ତି। ରାଷ୍ଟ୍ରୀୟ ନିର୍ବାଚନ ଆୟୋଗ ତାଙ୍କ ବିଜୟକୁ ସ୍ୱୀକୃତି ଦେବା ସହିତ,
ତାଙ୍କୁ
ରାଷ୍ଟ୍ରପତି ଭାବେ ସମସ୍ତ ଶକ୍ତି ଓ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ଦେଶର ସଶସ୍ତ୍ର ବାହିନୀର କମାଣ୍ଡ୍
ବି ସମ୍ଭାଳିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା