ଭୁବନେଶ୍ୱର, 4 ଜୁନ୍ (ହି.ସ.)
- ରାଜସ୍ବ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ
ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଟାସ୍କ । ସମ୍ମିଳନୀରେ ସେ କହିଛନ୍ତି ଯେ, ଲୋକଙ୍କୁ ଦିଅ ଭିଆଇପିସେବା । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କରିବାକୁ ସେ କହିଛନ୍ତି । ଏହାସହିତ ବ୍ୟବହାରରେ
ଲୋକଙ୍କୁ ଆପାୟିତ କରିବାକୁ ମଧ୍ୟ ସେ କହିଛନ୍ତି । ମ୍ୟାଚ ନୁହେଁ ଟୁର୍ଣ୍ଣାମେଣ୍ଟ ଜିତିବାକୁ
ହେବ । ଓଡିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ, କୌଣସି ତହସିଲରେ ଗୋଟିଏ ଭୂମି ହୀନ ଲୋକ ରହିବେନି । ବିସ୍ଥାପିତ
ସମସ୍ୟାର ସମାଧାନ, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର, ପଡାକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା,ଏହା
ସହ ରାଜ୍ୟର ଭୂମିକୁ ସୁରକ୍ଷା ସରକାରଙ୍କ ଏହି ସଂକଳ୍ପକୁ ପୂର୍ଣ୍ଣ କରିବାକୁ ଆହ୍ୱାନ ଦେଇଛନ୍ତି
ମନ୍ତ୍ରୀ । ସେ କହିଛନ୍ତି 51 ଟି ବିଭାଗର ମେରୁଦଣ୍ଡ
ରାଜସ୍ବ ବିଭାଗ । ପିପୁଲ ଫ୍ରେଣ୍ଡଲି ତହସିଲ କେମିତି ହେବ ଧ୍ୟାନ ଦେବାକୁ ସେ କହିଛନ୍ତି ।
ଡିମାର୍କେସନପାଇଁ ମାଲକାନଗିରିରୁ ମୋ
ପାଖକୁ ଲୋକ ଆସୁଛନ୍ତୁ । କିନ୍ତୁ ଏବେ ସଂଖ୍ୟା କମିଲାଣି । ରାଜସ୍ବ ସେବା ତଳୁ ପାଇବା ଆରମ୍ଭ
ହେଲାଣି । ଯେବେ ମୋ ପାଖକୁ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ବ ସେବା ଠିକ ବାଟରେ
ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା