826 ପିଜିଟି ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର
ଭୁବନେଶ୍ୱର, 4 ଜୁନ୍ (ହି.ସ.)- 826 ପିଜିଟି ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର । ଆସନ୍ତା 6 ତାରିଖ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖାଲି ପଡ଼ିଥିବା
826 ପିଜିଟି ଶିକ୍ଷକ ପଦବୀ     ପୂରଣ କରିବେ ରାଜ୍ୟ ସରକାର


ଭୁବନେଶ୍ୱର, 4 ଜୁନ୍ (ହି.ସ.)- 826 ପିଜିଟି ଶିକ୍ଷକ ପଦବୀ

ପୂରଣ କରିବେ ରାଜ୍ୟ ସରକାର । ଆସନ୍ତା 6 ତାରିଖ ନିଯୁକ୍ତି ପତ୍ର

ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା

ଦେଇଛନ୍ତି ।

ସେ କହିଛନ୍ତି ଯେ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

ନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାପରେ

ଆହୁରି ୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ୮୨୬ ପିଜିଟି

ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା । ସରକାର ଖାଲି

ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛନ୍ତି । ଖୁବଶୀଘ୍ର ଏହା ପୂରଣ ହେବ । ଏହାସହ

ଯାହା ଅସୁବିଧା ଅଛି ତାକୁ ତର୍ଜମା କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ

ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande