ଲାଂଚ ନେବା ବେଳେ ଧରାପଡିଲେ ମହିଳା ଥାନା ଏଏସଆଇ ବବିତା ସୁନା
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଓଡିଶା ଭିଜିଲାନ୍ସ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାଙ୍କୁ 10,000ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଛି। ଭିଜିଲାନ୍ସ ସୂତ୍ର ଅନୁସାରେ, ଏଏସଆଇବବିତା ସୁନା ଏକ ପୁରୁଣା ମାମଲାର ତ
ଲାଂଚ ନେବା ବେଳେ ଧରାପଡିଲେ ମହିଳା ଥାନା ଏଏସଆଇ ବବିତା ସୁନା


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଓଡିଶା ଭିଜିଲାନ୍ସ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବ୍ରହ୍ମପୁର ମହିଳା

ଥାନାର ଏଏସଆଇ ବବିତା ସୁନାଙ୍କୁ 10,000ହଜାର

ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଛି।

ଭିଜିଲାନ୍ସ ସୂତ୍ର ଅନୁସାରେ, ଏଏସଆଇବବିତା

ସୁନା ଏକ ପୁରୁଣା ମାମଲାର ତଦନ୍ତ ସେ ନିଜେ କରୁଥିଲେ, ସେଥିରେ ଜଣେ ଅଭିଯୋଗକାରୀ

ଓ ତାଙ୍କ ମା’ଙ୍କୁ ଆଶ୍ୱସ୍ତି ଦେବା ପାଇଁ 10,000 ଟଙ୍କା ଲାଂଚ ଦାବି କରିଥିଲେ। ଏପରିକି

ସେ ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ ଯଦି ଟଙ୍କା ନଦେବେ, ତେବେ ତାଙ୍କୁ ଗିରଫ

କରାଯିବ।

ଅଭିଯୋଗକାରୀ ଏହି ଲାଂଚ ଦାବି ସଂପର୍କରେ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ,

ଯାହାପରେ

ଭିଜିଲାନ୍ସ ଜାଲ ବିଛାଇ ଜୁନ4ରେ ବବିତା ସୁନାଙ୍କୁ 10,000 ଟଙ୍କା ଲାଂଚ ନେଉଥିବା ବେଳେ ଧରିଛି।

ତାଙ୍କ ନିକଟରୁ ସଂପୂର୍ଣ୍ଣ ଲାଂଚ ରାଶି ଜବତ କରାଯାଇଛି ।

ଗିରଫଦାରି ପରେ ଭିଜିଲାନ୍ସ ବିଭାଗ ଏଏସଆଇ ବବିତା ସୁନାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ

ଏକସଙ୍ଗରେ ରେଡ୍ କରିଛି ।

ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande