ଲକ୍ଷ୍ନୌ 4 ଜୁନ (ହି.ସ)-ଆପଣ କେବେ ଭାବିଛନ୍ତି କି ସେହି ପିଲା ଯିଏ କଥା କହିପାରେନାହିଁ, ,ଶୁଣିପାରେ ନାହିଁ କିମ୍ବା ସାଧାରଣ ପିଲାମାନଙ୍କ ପରି ପଢିବାରେ ଅସୁବିଧା ଅନୁଭବ କରେ।କଣ ତାଙ୍କୁ ସମାନ ପ୍ରେମ ,ଅଧିକାର ଏବଂ ସୁଯୋଗ ମିଳୁଛି ଯାହା ଅନ୍ୟପିଲାମାନଙ୍କୁ ମିଳୁଛି ?ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଏକ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି,ଯାହା କେବଳ ନୀତି ବିଷୟରେ କଥାବାର୍ତ୍ତା କରେନାହିଁ,ବରଂ ହୃଦୟକୁ ଛୁଇଁବାକୁ ମଧ୍ୟ ଚେଷ୍ଟା କରେ।
ଉତ୍ତରପ୍ରଦେଶର ମୌଳିକ ଶିକ୍ଷା ବିଭାଗର ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିବା 15,92,592 ପୋଷ୍ଟର ମାଧ୍ୟମରେ ରାଜ୍ୟବ୍ୟାପୀ ଜନ-ଜାଗରୁକତା ଅଭିଯାନ କରାଯାଉଛି।ଏଥିରେ ଏହି ପିଲାମାନଙ୍କର ଅଧିକାର ,ଆବଶ୍ୟକତା ଏବଂ ସମାଜର ଭୁମିକାକୁ କେନ୍ଦ୍ରରେ ରଖାଯାଇଛି।ପୋଷ୍ଟର ବଣ୍ଟନ ସହିତ ସ୍କୁଲ ଶିକ୍ଷକଙ୍କ ପ୍ରଶିକ୍ଷଣ ,ଅଭିଭାବକଙ୍କ ସହ ଯୋଗାଯୋଗ ଏବଂ ସମ୍ପ୍ରଦାୟ ସ୍ତରରେ ସଚେତନତା କାର୍ଯ୍ୟକଳାପକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା