ଶ୍ରୀମନ୍ଦିରରେ ଋକ୍ମିଣୀ ବିବାହ ପାଇଁ ୫ ଘଣ୍ଟା ଦର୍ଶନବନ୍ଦ
ପୁରୀ, 5 ଜୁନ୍ (ହି.ସ.) ଗୁରୁବାର ଶ୍ରୀମନ୍ଦିରରେ ରାଜେନ୍ଦ୍ରିଭିଷେକ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଶୁକ୍ରବାର ଜ୍ଯେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଶେଷ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ନ ୧ ଘଟିକା ଠାରୁ ସଂଧ୍ଯା ୬ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ଶ୍ରଦ୍ଧାଳୁ ମାନେ ଗର୍ଭ ଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ