ମୁଖୀଗୁଡା ୫ଜୁନ(ହି.ସ)କଳାହାଣ୍ଡି ଜିଲ୍ଲା
ଜୟପାଟଣା ଥାନା ଲାଖବେହେଲି ପଥର କ୍ୱାର୍ରୀକୁ ଆସିଥିବା ସାଢ଼େ ୬ କ୍ୟୁଣ୍ଟାଲ ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ।ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନ ରେ ବେଆଇନ ଭାବେ ବିସ୍ଫୋରକ ଆସିଥିଲା।ଏ ନେଇ ଜୁନିୟର ମାାଇନିଙ୍ଗ ଅଫିିିସର ପ୍ରଶାନ୍ତ କର ଜେୟପାଟଣା ଥାନାରେ ଅଭିଯୋଗ କରିଥିଲେ ।ପଥର କ୍ୱାରି ମାଲିକ ପାଖରେ ବିସ୍ପୋରକ ମହଜୁଦ ରଖିବାର ଲାଇସେନ୍ସ ନଥିବାରୁ ଜବତ କରାଯାଇଛି ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ଜଗନ୍ନାଥ କ୍ରସରର ସୁପରଭାଇଜର ଜଗନ୍ନାଥ ତିୱlରି,ଟ୍ରକ ଡ୍ରାଇଭର ରଂଜନ ଖିତି, ପିକପ ଡ୍ରାଇଭର ଧର୍ମୁ ପୋଡ଼ ,ବ୍ଲାଷ୍ଟର ଅରୁଣ କୁମାର ନାରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |