ବଲାଙ୍ଗିର, ୫ ଜୁନ୍ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାମ କରୁଥିବା ବିଶ୍ଵର ସବୁଠାରେ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ରୁ ହିଁ କହିଥାଏ ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇ ଯିବ । ଏପ୍ରିଲ ମାସରେ ୨୦-୨୨ ତାରିଖରେ ଝାରସୁଗୁଡ଼ା ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ଲକ୍ଷ ୪ହଜାର ସଦସ୍ୟତା କରିବାର ଲକ୍ଷ୍ୟ ରଖିଥିବା ବେଳେ ସେହିଭଳି ବଲାଙ୍ଗିରରେ ମଧ୍ୟ ୧୩୧୦୦ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି , ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ଟି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ
ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ସେହି ଭଳି ବଲାଙ୍ଗିର ଜିଲ୍ଲାରେ ୧୪ ଟି ନଗର ଶାଖା ଏବଂ ୫୦ ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି ।।
ଏହି ପ୍ରେସ ବାର୍ତ୍ତା ରେ ଓଡିଆ ପଶ୍ଚିମ ରାଜ୍ୟ ସମ୍ପାଦକ ଶ୍ବେତାଂଶୁ ସେଖର ବରାଇ ,ରାଜ୍ୟ ସିଡିଡି ସଂଯୋଜକ ମଞ୍ଜିତ କୁମାର କର୍ମି, ନଗର ସମ୍ପାଦକ ତେଜରାଜ ସାହୁ ଉପସ୍ଥିତ ଥିଲେ।।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ