ମାଲକାନଗିରି, ୫ ଜୁନ୍ (ହି.ସ.)- ଅମାନବୀୟ ଢଙ୍ଗରେ ଶ୍ରମିକ ପରିବହନ । ୧୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍କୁ ଧରିଲା ମାଲକାନଗିରି ପରିବହନ ବିଭାଗ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ଭି-୧୬ ଗାଁରେ ଶ୍ରମିକ ବୋଝେଇ ବସ୍କୁ ପରିବହନ ବିଭାଗ ଅଟକାଇଥିଲା । ଶ୍ରୀବାଲାଜୀ ବସକୁ ଅଟକାଇ ୨୪ ହଜାର ଟଙ୍କା ଆଦାୟ କରାଯାଇଛି । ଶ୍ରୀବାଲାଜୀ ବସ୍ରେ ହାଇଦ୍ରାବାଦରୁ ଜୁନାଗଡ଼କୁ ଶ୍ରମିକଙ୍କୁ ନିଆଯାଉଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ବସର ବ୍ୟବସ୍ଥା କରାଯାଇ ଘରକୁ ପଠାଯାଇଛି!
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ