ଗଞ୍ଜାମ, ୫ ଜୁନ୍ (ହି.ସ.)- ହରିହର ଭେଟ ମନ୍ଦିର ସେବା ସମିତି ଦ୍ଵାରା ହରିହର ନଗର ରାସ୍ତା କଡ଼ରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ କର୍ପୋରେଟର ଗୀତାଞ୍ଜଳି ପଣ୍ଡାଙ୍କ ପ୍ରୋତ୍ସାହନରେ ରାସ୍ତା କଡ଼ରେ ନିମ୍ବ, ରାମଫଳ ଆଦି ବୃକ୍ଷ ରୋପଣ କରିଥିଲେ। ବରିଷ୍ଠ ଡାକ୍ତର ନକୁଳ ସାହୁ ମାନସିକ ସୁସ୍ଥ ପରିବେଶ ପାଇଁ କ୍ରୋଧ, ଇର୍ଷା, ମିଥ୍ୟା, ମାତ୍ସର୍ଯ୍ୟ ପରିହାର, ସ୍ଵଚ୍ଛ ପରିବେଶ ପାଇଁ ବାହ୍ୟ ଶୌଚ ତ୍ୟାଗ, ପଲିଥିନ ବର୍ଜନ,ଶବ୍ଦ ଝଙ୍କାର ବନ୍ଦକରିବା, ନାଳ ନର୍ଦ୍ଦମା ସଫା ରଖିବା ଓ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ। ପରିବେଶ ଶାନ୍ତ ଓ ପରିଷ୍କାର ରହିଲେ ପଞ୍ଚଭୂତ ପ୍ରଦୂଷଣ ହେବ ନାହିଁ ।
ଏଥିରେ ସର୍ବଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ରାଜଶେଖର, ରବି ନାରାୟଣ ଆଚାରୀ,ସୁରେନ୍ଦ୍ର ନାଥ ସାବତ, ସୁଵାସିନୀ ପାଣିଗ୍ରାହୀ, ଗଣେଶ ପ୍ରସାଦ ପରିଛା, ଭଗବାନ ପ୍ରସାଦ ପରିଛା, ଦୁର୍ଗା ପ୍ରସାଦ ପରିଛା, ଜ୍ୟୋତି ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ