ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ନାମ ବ୍ୟବହାରକୁ ବାରଣ
ଖୋର୍ଦ୍ଧା,5 ଜୁନ୍ (ହି.ସ.) ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ୍ ଅଫ ଇଣ୍ଡିଆ, ଭାରତୀୟ ଆଇନ ବ୍ୟବସ୍ଥା ମୁତାବକ ଏବଂ ପି ସି ଆଇ ଆକ୍ଟ ୧୯୭୮ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏକ ସ୍ବୟଂଚାଳିତ ବିଧି ସଂସ୍ଥା ଅଟେ ଯାହା ଗଣମାଧ୍ୟମ ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଅଧିକାର ଓ କ୍ଷମତା ସୁରକ୍ଷା ଦେବାର
ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ନାମ ବ୍ୟବହାରକୁ ବାରଣ


ଖୋର୍ଦ୍ଧା,5 ଜୁନ୍ (ହି.ସ.) ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ୍ ଅଫ ଇଣ୍ଡିଆ, ଭାରତୀୟ ଆଇନ ବ୍ୟବସ୍ଥା ମୁତାବକ ଏବଂ ପି ସି ଆଇ ଆକ୍ଟ ୧୯୭୮ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏକ ସ୍ବୟଂଚାଳିତ ବିଧି ସଂସ୍ଥା ଅଟେ ଯାହା ଗଣମାଧ୍ୟମ ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଅଧିକାର ଓ କ୍ଷମତା ସୁରକ୍ଷା ଦେବାରେ କାର୍ଯ୍ୟ କରିଥାଏ l କୌଣସି ଗଣମାଧ୍ୟମ ଅନୁଷ୍ଠାନ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ ଅଫ ଇଣ୍ଡିଆ (ପି ସି ଆଇ) ବ୍ୟବହାର କରିବା ଭାରତୀୟ ଆଇନ ବିଧି ବ୍ୟବସ୍ଥା ସେକ୍ସନ ୩ ପ୍ରବେଶ ୭(l l) କୁ ଉଲଂଘନ କରୁଅଛି l କିନ୍ତୁ କେତେକ ଜାଗାରେ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) ନାମ ବ୍ୟବହାର କେନ୍ଦ୍ର ସରକାର, ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) ଓ ସର୍ବୋଚ୍ଚ ନ୍ୟାୟଳୟ ର ଦୃଷ୍ଟି ଗୋଚର ହୋଇଛି ଯାହା ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ସମ୍ମାନର ମାନ କ୍ଷୁର୍ଣ୍ଣ ହେଉଛି l ବିଶେଷ କରି ପ୍ରେସ ସ୍ଵାଧୀନତା କୁ ସୁରକ୍ଷିତ ରଖିବା ଓ ଗଣମାଧ୍ୟମ ଗୁଡିକର କ୍ଷମତାକୁ ଅକ୍ଷୁର୍ଣ୍ଣ ରଖିବା ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ର କାର୍ଯ୍ୟ ପରିସରଭୁକ୍ତ ଅଟେ l ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) କାର୍ଯ୍ୟାଳୟ କେବଳ ଭାରତର ରାଜଧାନୀ ନୂଆଦିଲ୍ଲୀ ଠାରେ ଅବସ୍ଥିତ ଅଛି l ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) ଦେଶର ଅନ୍ୟ କୌଣସି ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ନାହିଁ l ତେଣୁ କୌଣସି ଠାରେ, କୌଣସି ସ୍ଥାନରେ, କୌଣସି ବ୍ୟକ୍ତି ବିଶେଷ, ଗଣମାଧ୍ୟମ, ଅନୁଷ୍ଠାନ ଗୁଡ଼ିକ,ଭାରତୀୟ ପ୍ରେସ ପରିଷଦ ବା ପି ସି ଆଇ ନାମ ବ୍ୟବହାର କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସର୍ବୋଚ୍ଚ ନ୍ୟାୟଳୟ ସୂଚନା ଜାରି କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande