ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ମୋଟର ସାଇକେଲ, ୨ ମୃତ
ପଲାମୁ, ୫ ଜୁନ୍ (ହି.ସ.)- ଡାଲଟନଗଞ୍ଜ-ରାଂଚି ମୁଖ୍ୟ ରାସ୍ତାର ସତବରବା ଥାନା ଅନ୍ତର୍ଗତ ତାବର ଗାଂବ ରେ ଜାତୀୟ ରାଜପଥ ନଂ ୭୫ ର ପୋଲରୁ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ତଳକୁ ଖସି ପଡିବା ଫଳରେ ଏହାର ଚାଳକ ଓ ଗାଡି ପଛରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସମ୍ପୃକ୍ତ ଦୁଇ ଯୁବକ ସତବରବା ହ
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ମୋଟର ସାଇକେଲ, ୨ ମୃତ


ପଲାମୁ, ୫ ଜୁନ୍ (ହି.ସ.)- ଡାଲଟନଗଞ୍ଜ-ରାଂଚି ମୁଖ୍ୟ ରାସ୍ତାର ସତବରବା ଥାନା ଅନ୍ତର୍ଗତ ତାବର ଗାଂବ ରେ ଜାତୀୟ ରାଜପଥ ନଂ ୭୫ ର ପୋଲରୁ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ତଳକୁ ଖସି ପଡିବା ଫଳରେ ଏହାର ଚାଳକ ଓ ଗାଡି ପଛରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସମ୍ପୃକ୍ତ ଦୁଇ ଯୁବକ ସତବରବା ହାଟ ବଜାରରୁ ନିଜ ଘରକୁ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା । ମେଦିନୀ ରାୟ ମେଡିକାଲ କଲେଜ ହସ୍ପିଟାଲରେ ଦୁଇ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦୁଇ ମୃତକ ହେଲେ ସରଜା ପଂଚାୟତ ଅନ୍ତର୍ଗତ ହୋଟାଇ ଗ୍ରାମର ରାଜବଳୀ ଭୂୟାଁ(୨୮) ଏବଂ ଝାବର ପଂଚାୟତ ଅନ୍ତର୍ଗତ ପିଡିୟା ଗ୍ରାମର ରୂପଦେବ ଉରାଂବ (୨୮) ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande