ରାଉରକେଲା:, 5 ଜୁନ୍ (ହି.ସ.): ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ.ଅନୁପ କୁମାର ମଲ୍ଲିକ ସଭାପତିତ୍ୱ କରିଵା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ, ବନିକରଣ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଶ୍ରୀ ମଲ୍ଲିକ ଆହ୍ୱାନ କରିଥିଲେ l
ବରେଣ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ୱାର୍କସ) ଶ୍ରୀ ବିଶ୍ୱରଂଜନ ପଳାଇ, ଏନଆଇଟି ର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ବିପିୟୁଟି ର କୁଳପତି ପ୍ରଫେସର ଅମୀୟ କୁମାର ରଥ, ଆରଏସପି ର ମାଇନିଂ ବିଭାଗ ଇଡି ଏମ.ପି. ସିଂହ, ରାଉରକେଲା ମହାନଗର ନିଗମ ର ଡେପୁଟି କମିଶନର ବିଶ୍ୱରଂଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ପାନପୋଷ ଏ.ଡି.ୟୁ.ପି.ଏଚ ଅଫିସର ଡାକ୍ତର ଏସ. କେ ପାଢୀ ଏବଂ ଏନଆଇଟି ଆଲୁମିନି- ଏଣ୍ଡଷ୍ଟ୍ରି - ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ଡିନ ପ୍ରଫେସର ଏଚ. ବି. ସାହୁ ମଂଚାସୀନ ଥିଲେ l ବରେନ୍ୟ ଅତିଥି ଓ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ ପରିବେଶ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ ର ପ୍ରଭାବ ଓ ଏହାର ନିରାକରଣ, ଆମ ମାନଙ୍କ କର୍ତ୍ତବ୍ୟ ସମ୍ପର୍କ ସମ୍ପର୍କ ରେ
ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ଜନସାଧାରଣ ଙ୍କ ମାନସିକତାର ପରିବର୍ତ୍ତନ, ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ଆହ୍ୱାନ କରିଥିଲେ l
ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l
ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି ଓ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l
ପରିଶେଷରେ ସହକାରୀ ପରିବେଶ ବୈଜ୍ଞାନିକ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବୋର୍ଡର ଉପ ପରିବେଶ ଯନ୍ତ୍ରୀ ଇଂ ରମଣିରଞ୍ଜନ ଦାସ, ଇଂ ରଜତ କୁମାର ସେଠି ଓ ଅନ୍ୟ ଅଧିକାର ତଥା କର୍ମଚାରୀମାନେ ସଫଳତାର ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭ ରେ ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ଶ୍ରୀ ବିବେକ ଦାସଙ୍କ ରଚିତ ପ୍ଲାଷ୍ଟିକ ବର୍ଜନ ସମ୍ପର୍କିତ ପାଠପ୍ରାନ୍ତ ନାଟକ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଶେଷରେ ମିଶନ ଲାଇଫର ପରିବେଶ ଆଧାରିତ ଜୀବନଶୈଳୀ ପାଇଁ ଶପଥ ପାଠ କରାଯାଇଥିଲା l
ଏଥିରେ ବହୁସଂଖ୍ୟକ ଶିଳ୍ପ କାରଖାନା ପ୍ରତିନିଧି, ଅଭିଭାବକ, ବୁଦ୍ଧିଜୀବୀ ଓ ସହଭାଗୀ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ