ଚମ୍ପୁଆ, 5 ଜୁନ୍ (ହି.ସ.)ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତ ସାତହଳିଆ ଗ୍ରାମରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ୍ୟୁ ଯୁବକ ସାତହଳିଆ ଗ୍ରାମ ର ସନ୍ତୋଷ ନାଏକ ଙ୍କ ପୁଅ ସୁମିତ ନାଏକ (୧୮)। ମିଳିଥିବା ଖବର ଅନୁସାରେ ବୁଧବାର ଦିନ ଅପରାହ୍ନ ପାଞ୍ଚ ଘଟିକା ସମୟରେ ଘରେ କେହି ନ ଥିବା ବେଳେ ନିଜ ପିନ୍ଧା ଗାମୁଛାରେ ସୁମିତ ଘର ଭିତରେ ଫାଶୀ ଲଗାଇ ଦେଇଥିଲେ । ପରିବାର ଲୋକେ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣି ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ । ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ପ୍ରେମବ୍ୟାପାର ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta