ସୁବର୍ଣ୍ଣପୁର, 5 ଜୁନ୍ (ହି.ସ.)
ତରଭା ସହରକୁ ସଂଯୋଗ କରିବା ପାଇଁ ନିବୃତ୍ତି ଯୋର ଉପରେ ଦ୍ୱିତୀୟ ପୋଲ (ସେତୁ) ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା ନେଇ ସନ୍ଦେହ ଦେଖାଦେଇଛି I ପୋଲର ସଂଯୋଗୀକରଣ ରାସ୍ତା ରଜମି ଅଧିଗ୍ରହଣ ହୋଇ ନ ଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହି ଥିବାର ଜଣା ଯାଇଛି I ତରଭା ସହର ସହିତ ସିଧା ସଳଖ ଯୋଗାଯୋଗ ରହିବା ନେଇ ସୂଚନା ଫଳକ ନଥାଇ ପ୍ରାୟ ଏକ ବର୍ଷ ହେବ ପୋଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା I କିନ୍ତୁ ବର୍ତ୍ତମାନ ପୋଲ ନିର୍ମାଣ ଓ ଅନ୍ୟ ସହଯୋଗୀ କାର୍ଯ୍ୟ ବନ୍ଦ ରହିଥିବାର ଦେଖା ଯାଉଛି I ତରଭା ସହର ବାସିଙ୍କ ଗମନାଗମନ ଓ ଟ୍ରାଫିକ ସମସ୍ୟା ଦୂର କରିବା ଓ ସୁବର୍ଣ୍ଣପୁର ଜିଲ୍ଲା ସୀମା ସହିତ ସିଧା ସଳଖ ସଂଯୋଗ କରିବା ନେଇ ତରଭା ସ୍ୱର୍ଗଦ୍ୱରନିକଟରେ ନିବୃତ୍ତି ଯୋର ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା I ପୋଲର ସମସ୍ତ ସ୍ପନ ଓ ପିଲାରସହ ଛାତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି I ପୋଲର ଉଭୟ ପାର୍ଶ୍ୱରେ ସଂଯୋଗୀକରଣ ରାସ୍ତା ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବାକି ରହିଛି I ଏହି ପୋଳ (ସେତୁ) ନିର୍ମାଣ ନେଇ ପ୍ରାୟ 7କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବାର ଶୁଣିବାକୁ ମିଳୁଛି I ପୋଲ ନିର୍ମାଣ ନେଉ ଏଠାରେ କୌଣସି ପ୍ରକାର ସୂଚନା ଦିଆ ଯାଇନାହିଁ କି ସୂଚନା ଫଳକ ମଧ୍ୟ୍ୟ ନାହିଁ I ହେଲେ ତରଭା ଅଞ୍ଚଳ ଉନ୍ନତି ପାଇଁ ପ୍ରଶାସନ ଚେଷ୍ଟା କରୁଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାର ଶୁଣାଯାଉଛି I ନିବୃତ୍ତି ଯୋର ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ନେଇତରଭା ପ୍ରଗତିବାଦୀ ପ୍ରତିନିଧି ସୁବର୍ଣ୍ଣପୁର ଜିଲ୍ଲା ଆର.ଏନ.ବି.ବିଭାଗୀୟ ଇ. ଇ (E. E.R.N.B) ଅଜାତଶତ୍ରୁ ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ପୋଳ କାର୍ଯ୍ୟ ବନ୍ଦ ନେଇ ଉପରିସ୍ତ ଅଧିକାରୀ ଓ ସରକାର ଙ୍କୁ ଜଣାଇ ଦେଉଛୁ I ସଂଯୋଗୀ କରଣ ରାସ୍ତା ନିର୍ମାଣପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି I ସରକାର ଙ୍କ ଅନୁମତି ଓ ଜମି ଅଧିଗ୍ରହଣ ହେଲା ପରେ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମତ ରଖିଥିଲେ I ଅଞ୍ଚଳ ର ସୁବିଧା ଓ ଗମନା ଗମନ ସୁବିଧା ଦୃଷ୍ଟି ଯୋଗୁଁ ପୋଳ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭିନ୍ନ ମହଲ ରୁ ଦାବୀ ହେଉଛି I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ