ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
ମାଲକାନଗିରି, ୫ ଜୁନ୍ (ହି.ସ.)-ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ତଥା ଜିଲ୍ଲା ଜଜ ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମାଲକାନଗିରି ବ୍ଲକ ତଣ୍ଡକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ୍ଡକି ଗ୍ରାମ ଠାରେ ବିଶ୍ଵ ପରିବେଶ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ


ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ


ମାଲକାନଗିରି, ୫ ଜୁନ୍ (ହି.ସ.)-ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ତଥା ଜିଲ୍ଲା ଜଜ ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମାଲକାନଗିରି ବ୍ଲକ ତଣ୍ଡକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ୍ଡକି ଗ୍ରାମ ଠାରେ ବିଶ୍ଵ ପରିବେଶ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଆଇନସେବା ପ୍ରାଧିକରଣ ସଚିବ-ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଖଣ୍ଡିୟ ବନ ଅଧିକାରୀ କେ. ପ୍ରତାପ, ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା, ସହାୟକ ବନ ସଂରକ୍ଷକ ମନସୁନ ଖେମଣ୍ଡୁ ଓ ପ୍ରିୟଙ୍କା ମହୁକା, ମୂଖ୍ୟ ଆଇନସେବା ଅଧିବକ୍ତା ଅଶୋକ କୁମାର ପଟ୍ଟନାୟକ, ଉପମୁଖ୍ୟ ଆଇନ ସେବା ଅଧିବକ୍ତା ରାଜେଶ ପଟ୍ଟନାୟକ, ସହାୟକ ଆଇନ ସେବା ଅଧିବକ୍ତା ସାଗର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ବୃକ୍ଷ ସଂରକ୍ଷଣ ଦ୍ଵାରା ପରିବେଶର ସୁରକ୍ଷା ତଥା ପ୍ଲାଷ୍ଟିକର ବ୍ୟବହାର ଦ୍ଵାରା ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝାଇବା ସହ ଆଇନସେବା ପ୍ରାଧିକରଣଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ଓ ମାଗଣା ଟୋଲ ଫ୍ରି ନମ୍ବର ୧୫୧୦୦ ର ଉପଯୋଗ ମାଧ୍ୟମରେ ନିଜର ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରିବ ସେ ସମ୍ପର୍କରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ, ଜଙ୍ଗଲ ବିଭାଗର ଓ ଅବକାରୀ ବିଭାଗର କର୍ମକର୍ତ୍ତା ଯୋଗ ଦେଇଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande