ଜିଲ୍ଲା ପ୍ରଶାସନର ନିରବତା ଯୋଗୁଁ ବଢ଼ି ଚାଲିଛି ବେଆଇନ ଇଟାଭାଟି
ବଲାଙ୍ଗିର, 5 ଜୁନ୍ (ହି.ସ.) ବଲାଙ୍ଗିରର ଚତୁର୍ଦ୍ଦିଗରେ ଗଢିଉଠିଛି ବେଆଇନ ଇଟାଭାଟି। ଏହି ଇଟାଭାଟି ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ଜିଲ୍ଲାପ୍ରଶାସନ। ଏଣୁ ରାଜ୍ୟ ସରକାର ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଇଟା, ବାଲି,ପଥର ଇତ୍ୟାଦି ସାମଗ୍ରୀର ତତ୍ତ୍ଵାବଧାନର ଦାୟିତ୍ଵ ଖଣି ବିଭାଗକୁ ହସ୍ତାନ୍ତର
ଜିଲ୍ଲା ପ୍ରଶାସନର ନିରବତା ଯୋଗୁଁ ବଢ଼ି ଚାଲିଛି ବେଆଇନ ଇଟାଭାଟି


ଜିଲ୍ଲା ପ୍ରଶାସନର ନିରବତା ଯୋଗୁଁ ବଢ଼ି ଚାଲିଛି ବେଆଇନ ଇଟାଭାଟି


ବଲାଙ୍ଗିର, 5 ଜୁନ୍ (ହି.ସ.)

ବଲାଙ୍ଗିରର ଚତୁର୍ଦ୍ଦିଗରେ ଗଢିଉଠିଛି ବେଆଇନ ଇଟାଭାଟି। ଏହି ଇଟାଭାଟି ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ଜିଲ୍ଲାପ୍ରଶାସନ। ଏଣୁ ରାଜ୍ୟ ସରକାର ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଇଟା, ବାଲି,ପଥର ଇତ୍ୟାଦି ସାମଗ୍ରୀର ତତ୍ତ୍ଵାବଧାନର ଦାୟିତ୍ଵ ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ଖଣି ବିଭାଗ ଏହି ଦାୟିତ୍ଵ ପାଇବା ପରେ କିଛି ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବିଷୟ ଖଣି ଅଧିକାରୀଙ୍କ ଠାରୁ ପ୍ରକାଶ। କର୍ମଚାରୀ ଅଭାବ ଯୋଗୁଁ ଖଣି ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୩୧୯ ରେ ଗତ ମେ ମାସ ୧୫ ତାରିଖ ରେ ରାଜସ୍ଵ ଏବଂ ପୋଲିସ ବିଭାଗର ସାହାଯ୍ୟ ଲୋଡି ଥିଲେ। ଜିଲ୍ଲାର ସମସ୍ତ ତହସିଲଦାର ରେଭେନ୍ୟୁ ଇନ୍ସପେକ୍ଟର ମାନଙ୍କ ଜରିଆରେ ଜିଲ୍ଲାରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଚିହ୍ନଟ କରିବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଖଣି ଅଧିକାରୀ ଜିଲ୍ଲା ପ୍ରଶାସନ ଠାରୁ କୌଣସି ସାହାଯ୍ୟ ସହଯୋଗ ପାଇ ନଥିବା ପ୍ରକାଶ କରିଛନ୍ତି। ଇଟାଭାଟି ଯୋଗୁଁ ଜଙ୍ଗଲ ଉଜୁଡି ଯାଉଛି।ଇଟାଭାଟିରେ ବହୁଳ ପରିମାଣରେ ମାଟି ବ୍ୟବହାର ହେଉ ଥିବାରୁ ମାଟି କ୍ଷୟ ହେଉଛି। ବାୟୁ ପ୍ରଦୂଷଣ ହେଉଛି।ବେଆଇନ ବିଦ୍ୟୁତ୍ ସଂଯୋଗ ଦ୍ଵାରା ବିଦ୍ୟୁତ୍ ଅପଚୟ ସହ ଅନେକ ଜନଜୀବନ, ଜୀବଜନ୍ତୁ ପ୍ରତି ବିପଦ ଅଛି।ଏଣୁ ଜଙ୍ଗଲ, ରାଜସ୍ବ, ବିଦ୍ୟୁତ୍ ଏବଂ ଖଣି ବିଭାଗର ମିଳିତ ଚଢଉ ହେଲେ ବେଆଇନ ଇଟା ଭାଟିକୁ ଦମନ କରାଯାଇ ପାରିବ ବୋଲି ଖଣି ଅଧିକାରୀ ପ୍ରକାଶ କରିଛନ୍ତି। ପୁଇନ୍ତଲା ବ୍ଲକ୍ ଅଧୀନସ୍ଥ ସୂର୍ଡା ଗ୍ରାମ ନିକଟସ୍ଥ ଫଟାମୁଣ୍ଡା ଗ୍ରାମ ଶେଷ ମୁଣ୍ଡରେ ଥିବା ପରମା ନାଏକ ନାମକ ଜୈନେକ ବ୍ୟକ୍ତି ତାଙ୍କ ଜମିରେ ବର୍ଷ ବର୍ଷ ଧରି ଲକ୍ଷାଧିକ ଇଟା ନିର୍ମାଣ କରୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଇଟାଭାଟିର ଉତ୍ତାପ ଯୋଗୁଁ ଗ୍ରାମ ଉତ୍ତପ୍ତ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।ଏଭଳି ବଲାଙ୍ଗିର ସହରର ଆଖପାଖ ଗ୍ରାମାଞ୍ଚଳରେ ହଜାର ହଜାର ବେଆଇନ ଇଟାଭାଟି ଗଢି ଉଠିଥିବା ବେଳେ ଉପରୋକ୍ତ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି।ଇଟାଭାଟିର ଉତ୍ତାପରେ ଉତ୍ତପ୍ତ ସହର। ନୀରବ ପ୍ରଶାସନ। ଅସନ୍ତୁଳିତ ଅସୁରକ୍ଷିତ ବନ୍ୟ ଜୀବଜନ୍ତୁ।ଚିର ନିଦ୍ରାରେ ଜଙ୍ଗଲ ବିଭାଗ। ବେଆଇନ ବିଦ୍ୟୁତ୍ ସଂଯୋଗ, ଅସୁରକ୍ଷିତ ବନ୍ୟ ଜୀବଜନ୍ତୁ ଏବଂ ଜନଜୀବନ। ଏ ସମସ୍ତ ବିଭାଗର ଦାୟିତ୍ଵହୀନତାର ଫାଇଦା ଉଠାଉଛନ୍ତି ବେଆଇନ ଇଟା ଭାଟିର ମାଲିକ। ଖଣି ବିଭାଗ ବେଆଇନ ଇଟା,ବାଲି,ପଥର ଚାଲାଣକୁ ରୋକିବା ପାଇଁ ଅଣ୍ଟା ଭିଡ଼ି ବାହାରିଥିବା ବେଳେ ଉପରୋକ୍ତ ବିଭାଗ ମାନଙ୍କର ସାହାଯ୍ୟ ସହଯୋଗ ନିତାନ୍ତ ଜରୁରୀ ହୋଇପଡିଛି। ଏଣୁ ଜିଲ୍ଲା ପ୍ରଶାସନ ଏ ବିଷୟରେ ପଦକ୍ଷେପ ନେଲେ ଅନେକ ସମସ୍ୟା ଦୂର ହେବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande