କେଉଁଝର, ୫ ଜୁନ୍ (ହି.ସ.)- ବଲାଣି ଖଣିର ଅଧିକାରୀ ହଷ୍ଟେଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହଷ୍ଟେଲ ପରିସରରେ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଣି ଖଣି ବିଭାଗର ସହ ପ୍ରବନ୍ଧକ ନିର୍ମଳ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତେବାସୀଙ୍କ ପକ୍ଷରୁ ଶଙ୍ଖ ଧ୍ୱନୀ ଓ ବିଶ୍ୱ ଶାନ୍ତି ମନ୍ତ୍ର ପାଠ ସହିତ ଅତିଥିଙ୍କୁ ସ୍ୱାଗତ କରାଯିବା ସହିତ ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଫଳ ଉତ୍ପାଦିତ ଚାରା ଯଥା ସପେଟା, ଡାଲିମ୍ବ, ଲିଚୁ, ବେଲ, କରମଙ୍ଗା, ଅଁଳା, ବଉଳ ଆଦି ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବଲାଣି ଖଣିର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଅନ୍ତେବାସୀ ଚାରା ରୋପଣ କରିଥିଲେ । ଏହି ପରିବେଶୀୟ
ଅଭିଯାନରେ ବିଶେଷ ଭାଗୀଦାର ଭାବରେ ଏମ୍ ଏମ୍ ବିଭାଗର ମୁଖ୍ୟ ରାଜେନ୍ଦ୍ର ନାରାୟଣ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀ ଦୁଃଶାସନ ମହାନ୍ତ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।
ପରିବେଶ ସୁରକ୍ଷା ପ୍ରତି ଏହି ପ୍ରୟାସ ଏକ ଅନୁପମ ଦୃଷ୍ଟାନ୍ତ ସୃଷ୍ଟି କରିଛି ଓ ଭବିଷ୍ୟତ ଉପରେ ଏହାର ସକରାତ୍ମକ ପ୍ରଭାବ ରହିବ ବୋଲି ଉପସ୍ଥିତ ଅତିଥି ମାନେ ଅଭିମତ ପ୍ରକାଶ କରିଥିଲେ ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ