ତୁରନ୍ତ ଶିକ୍ଷକ ପଦୋନ୍ନତି ପାଇଁ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ
ବଲାଙ୍ଗିର, ୫ ଜୁନ (ହି.ସ.)- ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ବାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ କମିସନରଙ୍କ ଉଦ୍ଦେଶ୍ୟରେ ତୁରନ୍ତ
ତୁରନ୍ତ ଶିକ୍ଷକ ପଦୋନ୍ନତି ପାଇଁ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ର ଦାବୀପତ୍ର ପ୍ରଦାନ


ବଲାଙ୍ଗିର, ୫ ଜୁନ (ହି.ସ.)- ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ବାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ କମିସନରଙ୍କ ଉଦ୍ଦେଶ୍ୟରେ ତୁରନ୍ତ ଶିକ୍ଷକ ପଦୋନ୍ନତି ଦେବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି। ବିଇଓ ନମିତାରାଣୀ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଦାବୀପତ୍ର ଗ୍ରହଣ କରିଥିଲେ। ଗତ ୨୦୨୨ ମସିହା ପରଠାରୁ ଶିକ୍ଷକ ପଦୋନ୍ନତି ବାଧାପ୍ରାପ୍ତ ହୋଇଛି, ଫଳରେ ହଜାର ହଜାର ଶିକ୍ଷକ ନିଜର ଅଧିକାର ଠାରୁ ବଞ୍ଚିତ ହୋଇ ଚାକିରୀରୁ ଅବସର ଗ୍ରହଣ କରି ସାରିଛନ୍ତି ଏବଂ ଆଉ କିଛି ଅବସର ଗ୍ରହଣ ଅପେକ୍ଷାରେ ଅଛନ୍ତି। ତଥାପି ଶିକ୍ଷକ ପଦୋନ୍ନତି ହୋଇ ପାରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ୨୦୧୯ କ୍ଯାଡର ରୁଲ ଅନୁଯାୟୀ ଶୀଘ୍ର ପଦୋନ୍ନତି ନହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଏଥିରେ ବବିତା ନାୟକ, ଶକୁନ୍ତଳା ମେହେର, ସଞ୍ଜୟ ସାହୁ, ଭକ୍ତବନ୍ଧୁ ସାହୁ, ସୁରେଶ ଚନ୍ଦ୍ର ସାହୁ, ଜୟ ଶିବଶଙ୍କର ଲାଲ ଭଣ୍ଡା ଓ ପ୍ରଶାନ୍ତ କୁମାର ସୁନା ପ୍ରମୁଖ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande