କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ : ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ କୋରାପୁଟ କଂଗ୍ରେସ ସମର୍ଥକଙ୍କ ଘୋର ବିରୋଧ
ଜୟପୁର, ୫ ଜୁନ୍ (ହି.ସ.)- କୋରାପୁଟ ସହିଦ୍ ଲକ୍ଷ୍ମଣନାୟକ କଲେଜ ଓ ହସ୍‌ପିଟାଲରେ ଇଞ୍ଜେକ୍ସନ ନେବା ପରେ ୬ ଜଣ ରୋଗୀଙ୍କର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି। ଏହି ମେଡିକାଲ ଉପରେ କୋରାପୁଟ ସମେତ ଆଖପାଖ ଜିଲ୍ଲାର ଲୋକେ ନିର୍ଭରଶୀଳ ଥିବାବେଳେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି I ଆଇସିୟୁରେ ୪ଜଣଙ୍କର ଓ ୱା
କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କୁ କୋରାପୁଟ କଂଗ୍ରେସ ସମର୍ଥକ ଙ୍କ ଘୋର ବିରୋଧ।


ଜୟପୁର, ୫ ଜୁନ୍ (ହି.ସ.)- କୋରାପୁଟ ସହିଦ୍ ଲକ୍ଷ୍ମଣନାୟକ କଲେଜ ଓ ହସ୍‌ପିଟାଲରେ ଇଞ୍ଜେକ୍ସନ ନେବା ପରେ ୬ ଜଣ ରୋଗୀଙ୍କର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି। ଏହି ମେଡିକାଲ ଉପରେ କୋରାପୁଟ ସମେତ ଆଖପାଖ ଜିଲ୍ଲାର ଲୋକେ ନିର୍ଭରଶୀଳ ଥିବାବେଳେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି I ଆଇସିୟୁରେ ୪ଜଣଙ୍କର ଓ ୱାର୍ଡରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି I ତେବେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। କଟକ ଏସସିବି ମେଡିକାଲ ଓ ବ୍ରହ୍ମପୁର ଏମକେସିଜି ମେଡିକାଲ୍ ର ୫ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଏଥି ସହିତ ଆଜି ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ମଧ୍ୟ ମେଡିକାଲକୁ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ସମୟରେ କୋରାପୁଟ କଂଗ୍ରେସ ର ନେତା ଓ ସମର୍ଥକମାନେ ତୀବ୍ର ବିରୋଧ କରିବା ସହ ମନ୍ତ୍ରୀ ଏବଂ ବିଜେପି ନେତାମାନଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିଲେ। ମନ୍ତ୍ରୀ ମେଡ଼ିକାଲର ସର୍ଜରୀ ଓ ଆଇସିୟୁ ୱାର୍ଡକୁ ଯାଇ ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ଡ଼ିଏମ୍‌ ଇଟି। ଏହି ୫ ଜଣିଆ କମିଟିରେ କଟକ ଏସସିବିରୁ ୨ ଜଣ ଓ ବ୍ରହ୍ମପୁର ଏମ୍‌କେସିଜିରୁ ୩ ଜଣ ଡ଼ାକ୍ତରଙ୍କୁ ନେଇ କମିଟି ଗଠନ ହୋଇଛି I ସେମାନେ ତୁରନ୍ତ ମେଡିକାଲ ଗସ୍ତ କରି ତଦନ୍ତ କରୁଛନ୍ତି ଏବଂ ଆଜି ସେମାନଙ୍କର ଯାହା ରିପୋର୍ଟ ଆସିବ ତାହା ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande