ଜନ ଶୁଣାଣି ପାଇଁ ଏବେ ଠାରୁ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ସ୍ଲଟ ପଞ୍ଜୀକରଣ ପାଇଁ ଆହ୍ବାନ
ଜନ ଶୁଣାଣି ପାଇଁ ଏବେ ଠାରୁ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ସ୍ଲଟ ପଞ୍ଜୀକରଣ ପାଇଁ ଆହ୍ବାନ
ଜନ ଶୁଣାଣି ପାଇଁ ଏବେ ଠାରୁ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ସ୍ଲଟ ପଞ୍ଜୀକରଣ ପାଇଁ ଆହ୍ବାନ


ସମ୍ବଲପୁର, ୦୫ ଜୁନ୍ (ହି.ସ.)ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତି ଜିଲ୍ଲାରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଜନସାଧାରଣଙ୍କ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ମାସ ୯ ତାରିଖରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭୋଯୋଗ ଶୁଣାଣି ପାଇଁ ଆଗ୍ରହୀ ଜନସାଧାରଣ ଜନ ଶୁଣାଣି ପୋର୍ଟାଲ ମାଧ୍ୟମରେ ତାଙ୍କ ଅଭିଯୋଗ ପାଇଁ ସ୍ଲଟ୍ ପଞ୍ଜୀକରଣ କରିପାରିବେ। ସମ୍ବଲପୁର ଜିଲ୍ଲାରେ ୧୦୦ଟି ସ୍ଲଟ୍ ଉପଲବ୍ଧ ରହିଛି। ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଆସନ୍ତା କାଲି ଶୁକ୍ରବାର ୨୦୨୫ ଜୁନ୍ ମାସ ୦୬ ତାରିଖ ଦିନ ୧୧ ଟା ଠାରୁ ଶନିବାର ସନ୍ଧ୍ଯା ସାଢେ ୫ ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନ ଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଇପାରିବେ ବୋଲି ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande