କେସାଇବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ
କେସାଇବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ
କେସାଇବାହାଲ  ଉଚ୍ଚ ବିଦ୍ୟାଳୟରେ  ବିଶ୍ଵ ପରିବେଶ ଦିବସ ପାଳିତ


ସମ୍ବଲପୁର, ୦୫ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେସାଇବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ଵ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପଛପଟ ପଡ଼ିଆରେ ୫୦ ଟି ଚାରା ଲଗାଯାଇ ତାକୁ ଯେପରି ବଞ୍ଚାଇ ରଖା ଯାଇପାରିବ ସେନେଇ ସଂକଳ୍ପ ନିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଲ୍ଲବୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କୁଚିଣ୍ଡା ସାହିତ୍ୟ ଘର ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, କବି ଉଦୟ ଚନ୍ଦ୍ର ଦ୍ବିବେଦୀ ମୁଖ୍ୟବକ୍ତା ଓ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ କର୍ମଚାରୀ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନତା ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଆମ୍ବ, ପିଜୁଳି, ଲେମ୍ବୁ ଆଦି ଚାରା ରୋପଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ପଟେଲ, ସୁଚିତ୍ରା ନାଏକ, ଡାଲି ଶେଠ୍, ପଦ୍ମନାଭ ନାଏକ, ଲୁମ୍ବିନୀ ମାକର, ରୋହିତ ପଟେଲ,ଅଲେଖ ପତି, ବୀଣାପାଣି ନାଏକ, ମିନାକ୍ଷୀ ଦ୍ବିବେଦୀ, ବିନୋଦ ଧର, ଓମ୍ ପ୍ରକାଶ ସିଂହ, ହେଲେନ ମୁଣ୍ଡା, ରଜନୀକାନ୍ତ ବାଗ, ରବୀନ୍ଦ୍ର ବାଗ, ଶ୍ରୀବନ୍ତ ବାଗ, ଅମନ୍ ବାଗ, ମିନ ପୁଝାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିନୋଦ ଗୁଡ଼ିଏ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande