ପ୍ରଧାନ ଶିକ୍ଷକ ସରୋଜ ଓଝାଙ୍କ ପ୍ରଚେଷ୍ଟା ପାଇଁ ମନ୍ତ୍ରବାସୁଳି ସ୍କୁଲ ପାଇଲା ପ୍ରକୃତି ମିତ୍ର ପୁରସ୍କାର
ଭଦ୍ରକ, ୫ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ସ୍ଥିତ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀବିଦ୍ୟାଳୟକୁ ୨୦୨୪-୨୫ ଶିକ୍ଷାବର୍ଷର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝାଙ୍କ ପ୍ରଚେଷ୍ଟା ଫଳରେ ସ୍କୁଲ ଏହି ଗୌରବ ଲାଭ କରିପା
MANTRA BASULI SCHOOL PRAKRUTI MITRA PURASKAR


ଭଦ୍ରକ, ୫ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ସ୍ଥିତ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀବିଦ୍ୟାଳୟକୁ ୨୦୨୪-୨୫ ଶିକ୍ଷାବର୍ଷର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝାଙ୍କ ପ୍ରଚେଷ୍ଟା ଫଳରେ ସ୍କୁଲ ଏହି ଗୌରବ ଲାଭ କରିପାରିଛି।ଭୁବନେଶ୍ୱର ସ୍ଥିତ କୃଷିଶିକ୍ଷା ସଦନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରଷ୍କାର ବିତରଣ ଉତ୍ସବ ୨୦୨୫ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝା ମଞ୍ଚାସୀନ ଅତିଥିଙ୍କ ନିକଟରୁ ଏହି ପ୍ରକୃତି ମିତ୍ର ପୁରଷ୍କାର ଗ୍ରହଣ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ୱରଙ୍କ ଦ୍ୱାରା ପରିଚାଳିତ ଏହି ପୁରଷ୍କାର ପାଇଁ ଶ୍ରୀ ଓଝା ବିଦ୍ୟାଳୟ ସ୍ତରରେ ବର୍ଷବ୍ୟାପୀ ପରିବେଶ ସଚେତନତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମମାନ କରାଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମାନ୍ୟବର ଗଣେଶ ରାମସିଂ ଖୁଂଟିଆ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ସତ୍ୟବ୍ରତ ସାହୁ ଉପସ୍ଥିତି ଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ଓଝା ଇତି ପୂର୍ବରୁ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଦ୍ୟାଳୟରେ ପ୍ରତିବର୍ଷ ବନମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟ କରି ପ୍ରକୃତି ବନ୍ଧୁ ପୁରଷ୍କାର ପାଇ ପ୍ରଶଂସିତ ହୋଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande