ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ନିମନ୍ତେ ସମୟ ମାଗିଲେ
କୋଲକାତା, ୫ ଜୁନ୍ (ହି.ସ.)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ନିମନ୍ତେ ଆଗାମୀ ସପ୍ତାହରେ ସମୟ ମାଗିଛନ୍ତି । ଏହି ସାକ୍ଷାତ୍ ର ଉଦ୍ଦେଶ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡିକ କ୍ରମେ ରାଜ୍ୟକୁ ମିଳିବାକୁ ଥିବା ପେଣ୍ଡିଙ୍ଗ ଆମାଉଂଟ ଉପରେ କଥାବାର
ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ନିମନ୍ତେ ସମୟ ମାଗିଲେ


କୋଲକାତା, ୫ ଜୁନ୍ (ହି.ସ.)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ନିମନ୍ତେ ଆଗାମୀ ସପ୍ତାହରେ ସମୟ ମାଗିଛନ୍ତି । ଏହି ସାକ୍ଷାତ୍ ର ଉଦ୍ଦେଶ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡିକ କ୍ରମେ ରାଜ୍ୟକୁ ମିଳିବାକୁ ଥିବା ପେଣ୍ଡିଙ୍ଗ ଆମାଉଂଟ ଉପରେ କଥାବାର୍ତା କରିବା ଅଟେ ।

ରାଜ୍ୟ ସଚ୍ଚିବାଳୟର ସୂତ୍ରରୁ ମିଳିଥିବା ସୂଚନା ମୁତାବିକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)କୁ ଏ ସମ୍ବନ୍ଧରେ ଏକ ଔପଚାରିକ ଅନୁରୋଧ ପଠାଯାଇଛି । ଏଥିରେ ଜୁନ୍ ୧୦ ତାରିଖରେ ବୈଠକ ନିମନ୍ତେ ପ୍ରାଥମିକତା ଦିଆଯାଇଛି । ଯଦି ପିଏମଓରୁ ଅନୁମତି ମିଳେ ତେବେ ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖ ରାତିରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିପାରନ୍ତି । ଦିଲ୍ଲୀରେ ରହିବା ସମୟରେ ମମତା ବାନାର୍ଜୀ ନିଜ ଦଳର ସାଂସଦ ମାନଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande