ଭୁବନେଶ୍ୱର, 5 ଜୁନ୍ (ହି.ସ.) ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଧାରଣକ୍ଷମ ବିକାଶ ଓ ପରିବେଶ ସଂରକ୍ଷଣ ପ୍ରତି ତାଙ୍କ ସରକାରର ପ୍ରତିବଦ୍ଧତା ଦୋହରାଇଛନ୍ତି । ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରକୃତିକୁ ସୁରକ୍ଷା ଦେବା କେବଳ ଏକ ବିକଳ୍ପ ନୁହେଁ, ବରଂ ଏହା ଆମ ସାମୁହିକ ଦାୟିତ୍ୱ।
ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି, “ଆମ ସରକାର ଇଲେକ୍ଟ୍ରିକ୍ ବସ୍ ପରିଚାଳନା, ଅକ୍ଷୟ ଶକ୍ତିର ବିସ୍ତାର, ବନ ରୋପଣରେ ବୃଦ୍ଧି ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଶକ୍ତିଶାଳୀ କରିବା ପରି ଅନେକ ଠୋସ ପଦକ୍ଷେପ ଗ୍ରହଣ କରୁଛି, ଯାହା ଦ୍ୱାରା ଆମେ ଏକ ସବୁଜ ଓ ଧାରଣକ୍ଷମ ଭବିଷ୍ୟତ ଗଠନ କରିପାରିବୁ।”
ସେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ଐତିହ୍ୟର ସୁରକ୍ଷା କରିବା ଓ ଆସନ୍ତା ପିଢ଼ିପାଇଁ ପରିବେଶ-ମାନ୍ୟ ଜୀବନଶୈଳୀ ଅଂଗୀକାର କରିବା ସଂକଳ୍ପ ଗ୍ରହଣ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ