ବଲାଙ୍ଗିର, 5 ଜୁନ୍ (ହି.ସ.)
ବଲାଙ୍ଗିର ଦେଓଗାଁ ରେ କାର୍ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟୁଛି। ବଲାଙ୍ଗୀର-ଭବାନୀପାଟଣା ଜାତୀୟ ରାଜପଥ ୨୬ ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଡାକବଙ୍ଗଳା ପାଖ ରେ ଆଜି ଅପରାହ୍ନ ରେ ଚାରି ଚକିଆ ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ସଇଁତଲା ଥାନା ଜଳିଆ ଗାଁର ଭକ୍ତି ସାହୁ ବୋଲି ଜଣାପଡିଛି । ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଦୀର୍ଘ ଦୁଇ ଘଣ୍ଟା ହେବ ଗାଡି ଚଲାଚଳ ବନ୍ଦ ହୋଇ ପଡି ଥିବା ଦେଖିବାକୁ ମିଳିଛି । ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଶ୍ରମିକଙ୍କୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ ଜାରି ରହିଥିବା ଜଣାପଡ଼ିଛି । ଏପଟେ ପୋଲିସ ଶ୍ରମକିଙ୍କୁ ଧକ୍କା ଦେଇଥିବା କାର୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ