ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୫ ଜୁନ୍ (ହି.ସ.)- ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅବକାରି ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଦିନ ୧୦ ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟା ସମୟରେ ଶେଷ ହୋଇଛି । ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ, ଅବକାରି ଥାନା ଓ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଇଥିଲା । କୋରାପୁଟ ଅବକାରି
ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଟିତ


ଜୟପୁର, ୫ ଜୁନ୍ (ହି.ସ.)- ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅବକାରି ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଦିନ ୧୦ ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟା ସମୟରେ ଶେଷ ହୋଇଛି । ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ, ଅବକାରି ଥାନା ଓ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଇଥିଲା । କୋରାପୁଟ ଅବକାରି ଅଧ୍ୟକ୍ଷକ, ଜୟପୁର ଡିଏସଇ, ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ଓ ଅବକାରି ଥାନା ତରଫରୁ ମିଳିତ ଭାବେ ବୃକ୍ଷରୋପଣ କରାଯାଇଛି । ମାନବ ଜାତିୟର ସୁରକ୍ଷା ପାଇ ପ୍ଲାଷ୍ଟିକ ପ୍ରଦୁଷଣ ବନ୍ଦ କରିବା ସହ ବୃକ୍ଷ ରୋପଣ କରିବାକୁ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅବକାରି ଅଧିକ୍ଷକ ଅରୁଣ କୁମାର ପାଢୀ, ଡେପୁଟି ସୁପରିଟେଣ୍ଡଣ୍ଟ ସ୍ୱାଗତିକା ମହାନ୍ତି, ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ, ନନ୍ଦପୁର ନିରିକ୍ଷକ ଅନ୍ନପୁଣ୍ଣା ରଥ, କୋରାପୁଟ ନିରିକ୍ଷକ ସୁଧିର କୁମାର ସାହୁ, ଜୟପୁର ଥାନା ଅଧିକାରି ସୁବ୍ରତ କେଶରି ହିରନ, ଜୟପୁର ସେଟଲାଇଟ ୟୁନିଟର ଓଆଇସି ସଞ୍ଜିବ ପ୍ରଧାନ ସହ ଅବକାରି ବିଭାଗର ସମସ୍ତ କର୍ମଚାରି ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande