ରାଜ୍ୟ ସ୍ତରୀୟ ପରିବେଶ ଦିବସରେ ପ୍ରକୃତି ମିତ୍ର ଭାବେ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ
ଜୟପୁର, 5 ଜୁନ୍ (ହି.ସ.)ଜୟପୁର: ବିଶ୍ଵ ପରିବେଶ ଦିବସ ଅବସରରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା I ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପରିସରରେ ଥିବା କୃଷି ଶିକ୍ଷା ସଦନ ଠାରେ ପାଳି
ରାଜ୍ୟ ସ୍ତରୀୟ ପରିବେଶ ଦିବସରେ ପ୍ରକୃତି ମିତ୍ର ଭାବେ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ


ଜୟପୁର, 5 ଜୁନ୍ (ହି.ସ.)ଜୟପୁର: ବିଶ୍ଵ ପରିବେଶ ଦିବସ ଅବସରରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା I ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପରିସରରେ ଥିବା କୃଷି ଶିକ୍ଷା ସଦନ ଠାରେ ପାଳିତ ହୋଇଯାଇଛି I ଆୟୋଜିତ ଉତ୍ସବରେ ରାଜ୍ୟର ଅନେକ ସରକାରୀ ବିଦ୍ୟାଳୟ ସମେତ ଗ୍ରାମସଭାକୁ ସମ୍ଭର୍ଧିଟ କରାଯାଇଛିI ସେଇ କ୍ରମରେ କୋରାପୁଟ ଜିଲ୍ଲାର ୫ଟି ସରକାରୀ ସ୍କୁଲ ସମେତ ଦୁଇଟି ବ୍ଲକରେ ଗ୍ରାମସଭାକୁ ନେଇ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର I ଜିଲ୍ଲାର ଜୟପୁର ବ୍ଲକ ଏକେମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ, ବୈପାରୀଗୁଡା ବ୍ଲକ ଆର ଭାଲୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋରାପୁଟ ବ୍ଲକ ମାନବାର ଉଚ୍ଚ ବିଦ୍ୟାଳୟ, କୋଟପାଡ ବ୍ଲକ ଚିତ୍ରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁନ୍ଦୁରା ବ୍ଲକ ପ୍ରଧାନିପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ପୋଟାଙ୍ଗି ବ୍ଲକ ମୂଳାଶଙ୍କର ଓ ସେମିଳିଗୁଡା ବ୍ଲକ ମାଝିପୁଟ ଗ୍ରାମସଭାର ପରିବେଶକୁ ନେଇ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରିଛନ୍ତି।।।। ଜୟପୁର ବ୍ଲକ ଏକେମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ବି.ନଳିନୀ କୁମାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିକଟରୁ ପ୍ରକୃତି ମିତ୍ର ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି। ଆଜି ରାଜ୍ୟସ୍ତରୀୟ ପରିବେଶ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।।।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande