ପଟ୍ଟାମୁଣ୍ଡାଇ , 5 ଜୁନ୍ (ହି.ସ.)ପଟ୍ଟାମୁଣ୍ଡାଇ ବ୍ଳକ ତରଡିପାଳ ଅଂଚଳର ଜଣାଶୁଣା ସମାଜସେବୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସ୍ୱୟଂ ସେବକ ପ୍ରଶାନ୍ତ ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି l ସେ ଜଣେ ସ୍ନେହୀ, ମିଷ୍ଟଭାଷୀ, ରାଷ୍ଟ୍ରୀୟ ବିଚାରର ମଣିଷ ଥିଲେ l ବ୍ରାହ୍ମଣୀ ମିହାବିଦ୍ୟାଳୟ ରୁ ଅବସର ପରେ ସମାଜସେବା ରେ ନିଜକୁ ସମର୍ପିତ କରିଥିଲେ l ନିଜ ଗାଁ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ବଡପୁଅ ଜ୍ୟୋତିରଞ୍ଜନ ମୁଖାଗ୍ନି ପ୍ରଦାନ କରିଥିଲେ l ତାଙ୍କ ପରଲୋକ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ମୃତ୍ୟୁ ରେ ପଟ୍ଟାମୁଣ୍ଡାଇ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘଚାଳକ ବିରଞ୍ଚି ନାରାୟଣ ମହାପାତ୍ର, ସହ ଜିଲ୍ଲା ସଂଘଚାଳକ ସଞ୍ଜୟ ପତ୍ରୀ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପ୍ରଚାର ପ୍ରମୁଖ ସୁଧାଂଶୁ ଭୂଷଣ ତ୍ରିପାଠୀ ପ୍ରମୁଖ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ