ସମ୍ବଲପୁରୀ ଦରପନ ପକ୍ଷରୁ ଦରପନ ମହୋତ୍ସବ
ସମ୍ବଲପୁରୀ ଦରପନ ପକ୍ଷରୁ ଦରପନ ମହୋତ୍ସବ
ସମ୍ବଲପୁରୀ ଦରପନ ପକ୍ଷରୁ ଦରପନ ମହୋତ୍ସବ


ସମ୍ବଲପୁରୀ ରେକର୍ଡ ପ୍ରକାଶନ କରାଯିବ

ସମ୍ବଲପୁର, ୦୫ ଜୁନ୍ (ହି.ସ.)ସମ୍ବଲପୁରୀ ଦରପନ ପକ୍ଷରୁ ଗୁରୁବାର ପ୍ରଥମ ଦରପନ ମହୋତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁରୀ ଦରପନ ପତ୍ରିକାର ସ୍ଵନକ୍ଷତ୍ର ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଡ. ପ୍ରମୋଦ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମ୍ବଲପୁରୀ ଭାଷାରେ ପତ୍ରିକା ପ୍ରକାଶନ ଏକ ବଡ଼ ଆହ୍ବାନ ହୋଇଛି ‌। ତେବେ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ପାଇଁ ସମ୍ବଲପୁରୀ ର ସମସ୍ତ ତଥ୍ୟ ଲିପିବଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ବାରୋପ କରିଥିଲେ। ସମ୍ବଲପୁରୀ ଦରପନ ପତ୍ରିକା ର ପ୍ରକାଶିକା ଡଲିମା ଭୋଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତିକାର ଲକ୍ଷ୍ମୀ ନାରାୟଣ ପଣ୍ଡା, ଗାଲ୍ପିକ କାଳିନ୍ଦୀ ପ୍ରତାପ ସିଂହ, ସମ୍ବଲପୁରୀ ଦରପନର ପରିଚାଳନା ସମ୍ପାଦକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ସମ୍ବଲପୁରୀ ଦରପନ ପକ୍ଷରୁ ପ୍ରତିବର୍ଷ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ରେକର୍ଡ ପ୍ରକାଶନ ସହ ରେକର୍ଡ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯିବାକୁ ଘୋଷଣା କରାଯାଇଥିଲା। ଏହି ଅବସରରେ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସୁପ୍ରୀୟା ଦାସ୍ ( ପୁତୁଲ) ଆୟୁଷ ବଢ଼ାଇ, କଲ୍ପନା ମହାପାତ୍ର, ବିଭୁତି ଭୁଷଣ ମିଶ୍ର, କମଲ ଲୋଚନ ପଣ୍ଡା, ଆଭାଷ ପଣ୍ଡା, ସୁଷମା ପ୍ରଧାନ, ପ୍ରଭଞ୍ଜନ ପୁରୋହିତ, ଅନୁପମା ବିଶ୍ବାଳ, ସବିତା ମିଶ୍ର, ସୁପ୍ନିକା ସାହୁ, ଭବାନୀ ଶଙ୍କର ମେହେର, ମାନସ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ସମ୍ବଲପୁରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ବଲପୁରୀ ପ୍ରଚାରକ ସବ୍ୟସାଚୀ ମିଶ୍ର ଏବଂ ସମ୍ବଲପୁରୀ କବି ବୃନ୍ଦାବନ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande