ସୁବର୍ଣ୍ଣପୁର, 5 ଜୁନ୍ (ହି.ସ.)ସୋନପୁର ପ୍ରୀମିଅର୍ ଲିଗ୍ ୩ ୟ ସଂସ୍କରଣ ର ପଞ୍ଚମ ଦିବସ ର ମ୍ୟାଚ ରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ଟିମ ଡୋମିନେସନ୍ ତରଭା ମଧ୍ୟରେ ଅନୁଷ୍ଟିତ ହୋଇଛି l ଅତିଥି ଭାବରେ ଏସ ଡି ସି ଏ ସଭାପତି ରାମ ଶଙ୍କର ସାହୁ ଓ କନ୍ଟ୍ରାକଟର ଦେବାଶିଷ ପୁରୋହିତ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଟସ୍ ଜିଣି ବିଜୟ ଫାଇଟର ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇ ଥିଲା l ୧୫ ଓଭର ବିଶିଷ୍ଟ ମ୍ୟାଚ୍ ରେ ଟିମ୍ ଡୋମିନେସନ୍ ଦଳ ପ୍ରଥମେ ବ୍ୟାଟିଂ କରି ୭୯ ରନ କରି ସମସ୍ତ ୱିକେଟ ହରାଇଥିଲା ll ଦଳ ପକ୍ଷରୁ ନବାବ ଖାଁ ୧୭ ରନ୍, ମହମ୍ମଦ ବିଲାଲ ୧୫ ରନ ଓ ଶଙ୍କର ସେଠି ୧୩ ରନ୍ କରିଥିବା ବେଳେ ବିପକ୍ଷ ଦଳ ର ଶଙ୍କର ଘଡିଆ ୩ ୱିକେଟ୍ ଓ ସୁରେଶ ବେହେରା ୨ ଟି ୱିକେଟ ଶୁଭମ୍, ସିକନ୍ ଓ ଅମିରିସ ୧ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି l .ପ୍ରତି ଉତ୍ତର ରେ ବିଜୟ . ଫାଇ ଟର ଦଳ ୧୨.୪ ଓଭର ରେ ୩ ୱିକେଟ ବିନିମୟରେ ୮୨ ରନ କରି ଆଜିର ମ୍ୟାଚ୍ ବିଜୟୀ ହୋଇଛି l ସିକନ ସେଠି ୪୮ ରନ, ଶଙ୍କର ଘଡିଆ ୧୫ ରନ ଓ ଅର୍ମନ ମଲ୍ଲିକ ୧୩ ରନ କରିଥିଲେ l ଟିମ୍ ଡୋମି ନେଶନ ର ରାକେଶ ସାହୂ ୨ ଟି ଓ ନବାବ ଖାଁ ୧ ଟି ୱିକେଟ୍ ହାସଲ କରି ଥିଲେ l ବିଜୟ ଫାଇଟର ଦଳ ର ଶିକନ୍ ସେଠିଙ୍କୁ ମ୍ୟାନ ଏଫ୍ ଦି ମ୍ୟାଚ୍ ଖେଳାଳି ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିବା ବେଳେ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ.ରାଓ ପ୍ରଦାନ କରିଥିଲେ l ସୁବାସ ଭୋଇନା ଓ ସୁରେଶ ବିଶି ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରଦୀପ ସେଠୀ, ଏସଡି ପି ଏଲ୍ ଅଧ୍ୟକ୍ଷ ବି ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, ଏସ ଡି ସି ଏ କୋଚ୍ ରାଜେନ୍ଦ୍ର ମିଶ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ