ସୁବର୍ଣ୍ଣପୁର, ୫ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପ୍ରାଣୀ ସମ୍ପଦ ବିଭାଗର ମାସିକ କାର୍ଯ୍ୟ ସମୀକ୍ଷା ବୈଠକ ଓ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ସ୍ତରୀୟ ଚାରି ଜଣ ଅଧିକାରୀଙ୍କ ସ୍ବାଗତ ସଭା ଡ. ଦୁର୍ଗା ପ୍ରସାଦ ତ୍ରୀପାଠୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ ଡ଼.ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ ଡ. ମୃତ୍ୟୁଞ୍ଜୟ ମହାନ୍ତିଓ ଡ.ଶଙ୍କର୍ଷଣ ମାହୁନ୍ତ ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବୀରମହାରାଜପୁର ଭାବରେ ଡ.କୃଷ୍ଣ ଚନ୍ଦ୍ର ମହନ୍ତ ଯୋଗ ଦେଇଥିବା ଜଣାପଡ଼ିଛି। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗକୁ ଲୋକାଭିମୁଖୀ କରି ରାଜ୍ୟ ରେ ଏକ ନମ୍ବର କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଗତ ୩୧ ମେ ୨୦୨୫ ରେ ଚାକିରୀରୁ ଅବସର ନେଇଥିବା ସେକ୍ସନ ଅଫିସର ରଣଜିତ କୁମାର ବେଉରିଆଙ୍କ ଅବସରକାଳୀନ ବିଦାୟ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ବେଉରା ବାବୁଙ୍କ ପାଞ୍ଚ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ଚାକିରୀ କାଳରେ ତାଙ୍କ ଉଚ୍ଚ କୋଟିର କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ।
ଉକ୍ତ ସଭାରେ ଡ. ପ୍ରିୟବ୍ରତ ବେହେରା, ଡ. ଶ୍ୟାମ ସୁନ୍ଦର ପାଣ୍ଡେ, ମନୋରଞ୍ଜନ ହୋତା, ଦେବେନ୍ଦ୍ର ସାହୁ ଓ ଚିନ୍ମୟ ଭୁକ୍ତା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ