ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ
ବଲାଙ୍ଗିର, 5 ଜୁନ୍ (ହି.ସ.) ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି | ଜିଲ୍ଲାର 40 ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ | ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର
ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ


ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ


ବଲାଙ୍ଗିର, 5 ଜୁନ୍ (ହି.ସ.) ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି | ଜିଲ୍ଲାର 40 ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ | ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର୍ଯ୍ୟାୟରେ ମଇ ପହିଲା ରୁ ଏହି ଶିବିର ଅନୁଷ୍ଠିତ ହେଉଥିଲା | କ୍ରୀଡା ଓ ଯୁବ ସେବା ବିଭାଗ ତରଫ ରୁ ହେଉଥିବା ଏହି ଶିବିର କ୍ରୀଡା ଅଧିକାରୀ ପରାଶର ବାଗଙ୍କ ନେତୃତ୍ୱରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରଶିକ୍ଷିକା ରଶ୍ମିତା ଖଟୋଇ ପ୍ରଶିକ୍ଷଣ ଦେଉଥିଲେ | ଶିବିର ଶେଷ ଦିନରେ ସମସ୍ତଙ୍କୁ ସାର୍ଟିଫିକେଟ ଦିଆ ଯାଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଏବଂ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଉତ୍ସାହିତ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande