ଟି.ପି . ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
ଜୟପୁର, ୫ ଜୁନ୍ (ହି.ସ.)- ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଟି.ପି . ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡର ଡି.ଜି.ଏମ୍. ଶ୍ରି ମନ୍ମଥ ନାଥ ମିଶ୍ର
ଟି.ପି . ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଶ୍ୱ ପରିବେଶ  ଦିବସ ପାଳନ


ଜୟପୁର, ୫ ଜୁନ୍ (ହି.ସ.)- ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଟି.ପି . ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡର ଡି.ଜି.ଏମ୍. ଶ୍ରି ମନ୍ମଥ ନାଥ ମିଶ୍ର ପରିବେଶରେ ବୃକ୍ଷର ଗୁରୁତ୍ୱାରୋପ କରିବା ସହ ପଲିଥିନ ବ୍ୟବହାରରୁ ଯଥାସମ୍ଭବ ଦୂରେଇ ରହିବାକୁ କହିଥିଲେ ଏବଂ ଜି. ଆର .ଏଫର ପ୍ରେସିଡେଣ୍ଟ ଟି.ତପନ ରଶ୍ମି ସୁବୁଦ୍ଧି ଓ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ପ୍ରଥମେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୁରକ୍ଷା ବିଭାଗର ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ସୌମ୍ୟ ରଞ୍ଜନ ଲେଙ୍କା ଓ ଜ୍ଞାନ ରଂଜନ ରାଉତ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରମୁଖ ଉଚ୍ଚ ଅଧିକାରୀମାନେ ଥିଲେ ଦିପକ କୁମାର ସିଂ, ପ୍ରମୋଦ କୁମାର ବେହେରା, ବିଶ୍ବଜିତ ମେଣ୍ଡୁଳି, ଅମିତ କୁମାର ଚୌଧୁରୀ, ସନ୍ଦିପ୍ ପଟ୍ଟନାୟକ, ପରିମଲ ପାଲ, ଚନ୍ଦ୍ର ଭାନୁ ସିଂ, ରଞ୍ଜନ ମଲ୍ଲିକ, ଜୀବନ ଜ୍ୟୋତୀ ମିଶ୍ର, ହିମାଂଶୁ ନାୟକ, ରାକେସ କୁମାର ତ୍ରିପାଠି, ରନ୍ଧିରି ସିଂ,

ଅବିନାଶ ଶତପଥୀ, ଅନିଲ କୁମାର ବିଶୋଇ, ସଚିତାନନ୍ଦ ନାୟକ ଏବଂ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ରହି ପ୍ରାୟ ୫୦ ଗୋଟି ଚାରା ରୋପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande