କନ୍ଧମାଳ , ୫ ଜୁନ୍ (ହି.ସ.) ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ, ସରକାରୀ ଆଇଟିଆଇ ଫୁଲବାଣୀ କ୍ୟାମ୍ପସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମ୍ବ ,ଜାମୁ,ଅଁଳା ଏବଂ ପିଜୁଳି ଭଳି ବିଭିନ୍ନ ପ୍ରଜାତି ର ଔଷଧୀୟ ବୃକ୍ଷଗୁଡିକର ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ପ୍ରକାଶ ରଞ୍ଜନ ସୋରେନ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ର ପ୍ରଶିକ୍ଷଣ ଅଧିକାରୀ ଡ. ନୃସିଂହାନନ୍ଦ ମହାପାତ୍ର , ଶ୍ରୀମତୀ ସ୍ମରଣୀକା ବାରିକ, ଶ୍ରୀ ହିରାଲାଲ ବୁର୍ଲି, ଶ୍ରୀ କମଳ ସ୍ୱାଇଁ, ଶ୍ରୀ ବିଶ୍ୱ ଭୂଷଣ ସେଠୀ ଏବଂ ଶ୍ରୀ ରଶ୍ମି ରଞ୍ଜନ ବିଶ୍ୱାଳଙ୍କ ସମେତ କର୍ମଚାରୀମାନଙ୍କ ସହିତ ଅଂଶଗ୍ରହଣ କରିଥିଲେ। ଯାହା ପ୍ରକୃତି ପାଇଁ ଏକ ସାମୁହିକ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିଥିଲା। ଏହି କାର୍ଯ୍ୟକ୍ରମ କେବଳ କ୍ୟାମ୍ପସର ସବୁଜିମା ବୃଦ୍ଧି କରି ନ ଥିଲା ବରଂ ଏକ ଶିକ୍ଷାଗତ ସୁଯୋଗ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା, ଅଂଶଗ୍ରହଣକାରୀ ମାନଙ୍କୁ ଚାରା ଗୁଡ଼ିକର ଦାୟିତ୍ଵ ନେବାକୁ ଏବଂ ଏ ଗୁଡିକର ସ୍ଥାୟୀ ଭବିଷ୍ୟତ ପାଇଁ ଯୋଗଦାନ ଦେବାକୁ ଉତ୍ସାହିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ