କନ୍ଧମାଳ, ୫ ଜୁନ୍(ହି.ସ.)- ଫୁଲବାଣୀ ମୁଳାଗୁଦାରୀ ସ୍ଥିତ, ଶିଶୁ ଜତ୍ନ ଅନୁଷ୍ଠାନ, ସାଧନ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଉଚ୍ଚ ନ୍ୟାୟାଳୟର ବିଚାରପତି ସଙ୍ଗମ କୁମାର ସାହୁ ଅନ ଲାଇନ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଆଦି ଦିବସର ମୁଖ୍ୟ ବିଷୟ ପ୍ଲାଷ୍ଟିକ୍ ଜିନିଷର ବ୍ଯବହାରକୁ ବର୍ଜନ କରିବା ଓ ସ୍ବଚ୍ଛ ପରିବେଶ ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ବୃକ୍ଷ ରୋପଣକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ, ରାମଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ, ପରିବେଶ ପ୍ରଦୂଷଣ ରେ ପ୍ଲାଷ୍ଟିକ ର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ମୃତ୍ଯୁ ପରେ ମନୁଷ୍ଯ ଶରୀରର ପଞ୍ଚଭୂତରେ ମିଶିଯିବ ଏଥି ସହ ପୃଥିବୀର ସମସ୍ତ ପାର୍ଥିବ ଜିନିଷ ମଧ୍ଯ, ହେଲେ ମନୁଷ୍ୟ ଦ୍ବାରା ତିଆରି ହୋଇଥିବା ଓ ବହୁତ ମାତ୍ରାରେ ବ୍ଯବହୃତ ହେଉଥିବା ଏକମାତ୍ର ଜିନିଷ ପ୍ଲାଷ୍ଟିକ କିନ୍ତୁ ଯୁଗ ଯୁଗ ଧରି ଏହି ପୃଥିବୀରେ ରହି ପୃଥିବୀକୁ ପ୍ରଦୁଷିତ କରି ଚାଲିଥିବ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜଜ୍ ଦୋଳଗୋବିନ୍ଦ ବାରିକ, ୬୦ ଦଶକରୁ ପରିବେଶ କିଭଳି ହେବା ଆବଶ୍ୟକ ତାହା ଆରମ୍ଭ କରାଯାଇଛି। ଯାହା ପୃଥିବୀର ବଡବଡ ଦେଶ ମିଶି ଆରମ୍ଭ କରିଥିଲେ। କେବଳ ପରିବେଶ ଓ ବାୟୁ ପ୍ରଦୂଷଣ ନୁହେଁ ଶବ୍ଦ ପ୍ରଦୂଷଣକୁ ମଧ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ କାରଣ ଅଧିକ ଶବ୍ଦ ମଧ୍ୟ ଗୋଟିଏ ଜୀବନ ହାନୀ କରିଦିଏ ବୋଲି କହିଥିଲେ । ପରିବେଶ ସୁରକ୍ଷା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ୧୯୭୨ ମସିହାରେ ମିଳିତ ଜାତି ସଂଘ ରେ ସ୍ଥିରିକୃତ କରାଯାଇ ଏହି ଦିବସକୁ ପାଳନ କରାଯାଏ। ଯାହାର ଲକ୍ଷ୍ୟ ସମଗ୍ର ପୃଥିବୀରେ ଯେପରି ସ୍ବଛ ପରିବେଶ ରହିବ। ବର୍ତ୍ତମାନ ହେଉଥିବା ପରିବେଶ ପ୍ରଦୂଷଣ ବାବଦରେ ପ୍ରତ୍ଯେକ ପରିବାରର ପ୍ରତିଟି ବ୍ଯକ୍ତି ଅବଗତ ଅଛନ୍ତି। ହେଲେ ଏହାର ସନ୍ତୁଳନ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁ ନିହାନ୍ତି କି ସେ ଦିଗରେ ପଦକ୍ଷେପ ନେଉନାହାନ୍ତି ବୋଲି କହିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସେକ୍ରେଟାରୀ ରମାକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥି ସହିତ ଏସଡିଜେଏମ, ଆଇନଜୀବୀ ବିଜୟ କୁମାର ମହାନ୍ତି,ପୃଥିବୀରୁ ଆଧୁନିକିକରଣ ପାଇଁ ଅନେକ ଅଧିକ ଅମ୍ଲଜାନ ଦେଉଥିବା ବିରଳ ବୃକ୍ଷ ଲୋପ ପାଇବାରେ ଲାଗିଛି ବୋଲି କହିଥିଲେ । ସରକାରୀ ଓକିଲ ଅଶୋକ କୁମାର ବେହେରା ପ୍ଲାଷ୍ଟିକ ବ୍ଯବହାରକୁ ବର୍ଜନ କରିବା ଅତି ଆବଶ୍ୟକ ହୋଇପଡିଛି ବୋଲି କହିଥିଲେ । ଆମେ ଏହାକୁ ଥରେ ମାତ୍ର ବ୍ଯବହାର କରୁଛେ କିନ୍ତୁ ପ୍ଲାଷ୍ଟିକ ପ୍ରତି ସ୍ତରରେ ବର୍ଷ ବର୍ଷ ଧରି ଆମର ଏବଂ ପୃଥିବୀର ପରିବେଶର ସର୍ବନାଶ କରି ଚାଲିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପିପି ପୂର୍ଣ୍ଣ ଚନ୍ଦ୍ର ନାୟକ, ପ୍ରତ୍ଯେକ ବ୍ଯକ୍ତି ବର୍ଷକୁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଆହ୍ଵାନ ଦେଇଥିଲେ । ପିଟର ପାଉଲରାଜ, ସାଧନ ପ୍ଲାଷ୍ଟିକ୍ ଉତ୍ପାଦନରେ ଭାରତ ପୃଥିବୀରେ ଚତୁର୍ଥ ସ୍ଥାନରେ ରହିଛି ଏଥିପାଇଁ ସରକାରଙ୍କ ସହିତ ସମସ୍ତ ନାଗରିକ ମାନଙ୍କୁ ଚିନ୍ତା କରିବାର ସମୟ ଆସିଛି ବୋଲି କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟା ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ ମଧ୍ୟ ନିଜର ବକ୍ତବ୍ୟରେ ପ୍ଲାଷ୍ଟିକ ଜିନିଷର ବ୍ଯବହାରକୁ ବର୍ଜନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାଶ, ଦୃଶ୍ୟମାନ ଓ ଅଦୃଶ୍ଯ ପ୍ରଦୁଷଣ ଦୁଇ ପ୍ରକାରର ଅଛି ଯାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି କହିଥିଲେ। ଡିଫରେନ୍ସ କାଉନସିଲ ସଦସ୍ୟ ନିରୋଦ ପାତ୍ର, ଫରେଷ୍ଟର ଶ୍ରୀମତୀ ରଶ୍ମିତା କୁମାରୀ ପଣ୍ଡା ଜଙ୍ଗଲ ଓ ପରିବେଶ ତଥା ଜଳ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ଅଟେ ପ୍ରତ୍ୟେକ ବ୍ଯକ୍ତି ଗୋଟିଏ ଗୋଟିଏ ଗଛ ଲଗାଇଲେ ପରିବେଶ ସୁରକ୍ଷା ବହୁ କ୍ଷେତ୍ରରେ ହୋଇପାରିବ ବୋଲି କହିଥିଲେ। ମେରୀ ମାଥ୍ଯୁ ଆମେ ସମସ୍ତେ ପାଞ୍ଚ ଭୂତର ଦାୟାଦ ଅଟନ୍ତି ତେଣୁ ଏହି ପଞ୍ଚଭୂତ କିପରି ସ୍ବଛ ଓ ସୁରକ୍ଷିତ ରହିବ ତାହା ଆମର କର୍ତବ୍ୟ ଯାହା ଏହି ପୃଥିବୀରେ ଅତି ଛୋଟ ଛୋଟ ଅଣୁଜୀବ ଠାରୁ ଆରମ୍ଭ କରି ମାଟିକୁ ଉର୍ବର କରୁଥିବା ଜୀଆ ମଧ୍ୟ କରୁଛି। ଭିଜିଲାନ୍ସ କୋର୍ଟ ଜଜ୍ ରାଜେଶ ଦାଶ ବିଭିନ୍ନ ଶିଳ୍ପ କିପରି ଓ କେତେ ପରିମାଣର ପ୍ରଦୁଷଣ ସୃଷ୍ଟି କରୁଛନ୍ତି ଓ ସେଥିପାଇଁ ଥିବା ଆଇନ ବ୍ଯବସ୍ଥା ବାବଦରେ କହିଥିଲେ। ଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସେକ୍ରେଟାରୀ ଧନ୍ଯବାଦ୍ ଅର୍ପଣ କରିଥିଲେ।
ପରେ ସାଧନ ଅନୁଷ୍ଠାନ ପରିସରରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର ଫରେଷ୍ଟର ଏବଂ ଅନ୍ୟ କର୍ମଚାରୀମାନେ ତଥା ସାଧନର ସମସ୍ତ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ