ଗଞ୍ଜାମ, ୫ ଜୁନ୍ (ହି.ସ.)- ଅସନ୍ତୁଳିତ ପରିବେଶର ପ୍ରାଦୁର୍ଭାବ ଓ ଏହାର ପ୍ରତିକାର ସମ୍ପର୍କରେ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ ପାଞ୍ଚ ତାରିଖ ସକାଳ ୮ଟା ସମୟରେ ବ୍ରହ୍ମପୁର ସହରର ତିନୋଟି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଯଥା ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର, ଅର୍ଜୁନ ହସ କ୍ଲବ ଓ ଡକ୍ଟର୍ସ ଫୋରମ ତରଫରୁ ଖଲିକୋଟ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଉଭୟ ଡ଼କ୍ଟରସ ଫୋରମ ଓ ବହୁମୁଖୀ କେନ୍ଦ୍ରର ସଭାପତି ଡା. ସଙ୍କର୍ଷଣ ପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁମୁଖୀ ସମ୍ପାଦକ ମହମଦ ଆସଲାମ, ଅର୍ଜୁନ ହସ ମଞ୍ଚ ସମ୍ପାଦକ ଡା. ସମରେନ୍ଦ୍ର ସାହୁ, ଭାରତ ବିକାଶ ପରିଷଦର ଆବାହକ ପ୍ରସନ୍ନ ଛୋଟରାୟ, ସମାଜସେବୀ ସୁଦର୍ଶନ ବିଷୋୟୀ, ମାନସ ରଞ୍ଜନ ପାତ୍ର, ପାର୍ବତୀ ପ୍ରସାଦ ପାଢ଼ୀ, ଡା. ପ୍ରଶାନ୍ତ କୁମାର ପଣ୍ଡା, ସ୍ୱଦେଶୀ ଜାଗରଣ କେନ୍ଦ୍ରର ଆବାହକ ପ୍ରିତିଶ ବାବୁ, ଅବସରପ୍ରାପ୍ତ ଭାରତ ପ୍ରଶାସନ ସେବା ପ୍ରଶାସକ ବାଳକୃଷ୍ଣ ପଣ୍ଡା, ବସନ୍ତ କୁମାର ପାତ୍ର, ପ୍ରମୁଖ ପରିବେଶ ସୁରକ୍ଷର ବିଭିନ୍ନ ଦିଗ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ|
ଏହି ଅବସରରେ ପାଞ୍ଚ ଗୋଟି ଚାରା ରୋପଣ କରାଯାଇଥିଲା| ପ୍ରତ୍ୟେକ ପରିବାର ଅନ୍ତତଃ ପ୍ରତିବର୍ଷ ଗୋଟିଏ ବୃକ୍ଷ ରୋପଣ କରି ତାର ଦାୟିତ୍ୱ ନେବାପାଇଁ ଶପଥ ନିଆଯାଇଥିଲା | ବ୍ରହ୍ମପୁର ସହରର ଚତୁର୍ଦିଗରେ ଏକ ସବୁଜ ବଳୟ ସୃଷ୍ଟି କରିବାକୁ ସରକାର ତଥା କତୃପକ୍ଷଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତି ନିଆଯାଇଥିଲା ||
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ