ନାକଡେଇଁ ଗ୍ରାମରେ ବିଶ୍ୱ ପରିବେଶ ଦିବସ ପାଳିତ
ସୁବର୍ଣ୍ଣପୁର, 5 ଜୁନ୍ (ହି.ସ.)ସୁବର୍ଣ୍ଣପର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ପ୍ରକୃତି ବନ୍ଧୁ ଡ.ହୃଷୀକେଶ ଦେହେରିଙ୍କ ତତ୍ତ୍ଵବଧାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିଥି ପରିଚୟ ପ୍ରଦାନ୍ କରିଥିଲେ ଜ୍ଞାନ ଭରତ ଦେହେରୀ ମୁଖ୍ୟ ଅତିଥି ପର୍ୟାବରଣ ସଂରକ୍ଷଣ ବିଭାଗ ସଂଯୋଜକ ଧର୍ମ ନିରଞ
ନାକଡେଇଁ ଗ୍ରାମରେ ବିଶ୍ୱ ପରିବେଶ ଦିବସ ପାଳିତ


ନାକଡେଇଁ ଗ୍ରାମରେ ବିଶ୍ୱ ପରିବେଶ ଦିବସ ପାଳିତ


ସୁବର୍ଣ୍ଣପୁର, 5 ଜୁନ୍ (ହି.ସ.)ସୁବର୍ଣ୍ଣପର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ପ୍ରକୃତି ବନ୍ଧୁ ଡ.ହୃଷୀକେଶ ଦେହେରିଙ୍କ ତତ୍ତ୍ଵବଧାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିଥି ପରିଚୟ ପ୍ରଦାନ୍ କରିଥିଲେ ଜ୍ଞାନ ଭରତ ଦେହେରୀ ମୁଖ୍ୟ ଅତିଥି ପର୍ୟାବରଣ ସଂରକ୍ଷଣ ବିଭାଗ ସଂଯୋଜକ ଧର୍ମ ନିରଞ୍ଜନ ପଣ୍ଡା, ପର୍ୟ।ବରଣ ଜିଲ୍ଲା ସଂଯୋଜକ କ୍ଷୀରସାଗର ବିଭାର, ମହାନନ୍ଦ ମାହାଣ। ଭାବରେ ଯୋଗଦେଇ ଥିଲେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଆବଶ୍ୟତା ରହିଛି। ବୃକ୍ଷ ରୋପଣ କରିବା ଦ୍ଵାରା ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଆଦି କୁ ରୋକିବା ସହ ଜଳ ଓ ବାୟୁ ପ୍ରଦୂଷଣ ବନ୍ଦ ହେବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। 'ନାଗେଶ୍ୱର ଯୁବକ ସଂଘ, ନାକଡେଇଁର ସମସ୍ତ ସଦସ୍ୟ ନିଜ ଜନ୍ମ ଦିନରେ ମା ପାଇଁ ଗୋଟେ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ । ନାକଡେଇଁ ଗ୍ରାମର ପ୍ରକୃତି ପ୍ରେମୀ ଉପେନ୍ଦ୍ର ଜନୀଙ୍କୁ ଉପଢକନ ଓ ଗୋଟେ ବୃକ୍ଷ ଦେଇ ସମ୍ମାନିତ କରାଯାଇଥିଲା। ପିଣ୍ଟୁ, ମନୋଜ, ହିମାଂଶୁ , ସାହିଲ,ଆଦେଶ, ସ୍ଵାଗତ, ଶିତିକଣ୍ଠ,ବିନୋଦ । ଶେଷର ଧନ୍ୟବାଦ ଦେଇଥିଲେ ସିକୁନ ଥନାପତି।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande