ନୂଆଦିଲ୍ଲୀ, ୫ ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଗଛ ମା ନାମରେ ଅଭିଯାନ ଅନ୍ତର୍ଗତ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ପାର୍କରେ ଚାରାରୋପଣ କରିଛନ୍ତି । ଏହି ପ୍ରୟାସ ଅରାବଳୀ ଶୃଙ୍ଖଳାକୁ ପୁଣିଥରେ ସବୁଜ କରିବା ଦିଗରେ ନିଆଯାଇଥିବା ମହତ୍ୱପୁର୍ଣ୍ଣ ପଦକ୍ଷେପ ଅଟେ । ଯାହାକି ଅରାବଳୀ ଗ୍ରୀନ୍ ୱାଲ ପ୍ରକଳ୍ପର ଅଂଶ ଅଟେ ।
ଏନେଇ ସୂଚନା ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅରାବଳୀ ବିଶ୍ୱର ସବୁଠୁ ପୁରୁଣା ପର୍ବତମାଳା ମଧ୍ୟରୁ ଅନ୍ୟତମ ଅଟେ । ଯାହାକି ଗୁଜୁରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତରିତ ହୋଇଛି । ଗତ କିଛି ବର୍ଷରେ ଏ କ୍ଷେତ୍ରରେ କେତେକ ପରିବେଶୀୟ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ଯେଉଁଥିରୁ ବାହାରିବା ନିମନ୍ତେ ସରକାର ପ୍ରତିଶୃତିବଦ୍ଧ । ସେ କହିଥିଲେ ଯେ, ସରକାରଙ୍କ ଧ୍ୟାନ ଏହି ପର୍ବତମାଳା ସହିତ ଜଡ଼ିତ କ୍ଷେତ୍ରକୁ ପୁର୍ନଜୀବିତ କରିବା ଅଟେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ