କେନ୍ଦ୍ରାପଡା , 5 ଜୁନ୍ (ହି.ସ.) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦ୍ଘାଟନ ହେବା ପରେ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟକ ଚାଷୀମାନେ ମୁଗ, ବିରି, ଚିନାବାଦାମ ଆଦି ସମିତିରେ ବିକ୍ରୟ କରିବା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ବହୁସଂଖ୍ୟକ ଚାଷୀ ନିଜର ମୁଗ ବିରିକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରୟ କରି ଲାଭବାନ୍ ହେବେ ବୋଲି ସମିତିର ସଭାପତି ଅଯୋଧ୍ୟାନାଥ ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହି ମଣ୍ଡି ଉଦ୍ଘାଟନ ସମୟରେ ଉପସଭାନେତ୍ରୀ ମମତାମୟୀ ସ୍ୱାଇଁ, ନିର୍ଦ୍ଦେଶକ ବିଜୟ କୁମାର ସ୍ୱାଇଁ, ସୁକାନ୍ତ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ରାଉତ, ସୁଲୋଚନ ବରାଳ, ପ୍ରକାଶ ଚନ୍ଦ୍ର ସାମଲ, ନୀଳମାଧବ ରାଉତ, ବାବୁଲି ମଳିକଙ୍କ ସମେତ ସମିତିର ଭାରପ୍ରାପ୍ତ ସଂପାଦକ ଅଲେଖ ଚନ୍ଦ୍ର ବେହେରା, ରାଜେନ୍ଦ୍ର ପ୍ରଧାନ, ନିରାକାର ନାୟକ, ସନ୍ତୋଷ କୁମାର ସାହୁ, ନରହରି ବାରିକଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ଚାଷୀ ଉପସ୍ଥିତ ଥିଲେ ।କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ରିଡିଂ ରୁମ୍ଠାରେ ଡିଲୋକ୍ କମ୍ପାନୀ ଆନୁକୁଲ୍ୟରେ ଏକ କର୍ମଶାଳା ଡଃ ପ୍ରକାଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗୀତା ଏବଂ ସବ୍ସିଡି ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି କମ୍ପାନୀର ବ୍ୟବସାୟ ପରିଚାଳନା ଅଧିକାରୀ ଅରିନ୍ଦମ୍ ସାହୁ, ମୁଖ୍ୟବକ୍ତା ତଥା ରାଜ୍ୟ ସଂଯୋଜକ ବିଭୁତି ଭୂଷଣ ଆଚାର୍ଯ୍ୟ ଓ ଜିଲ୍ଲା ସଂଯୋଜକ ସର୍ବେଶ୍ୱର ସାହୁ ଯୋଗ ଦେଇ ପିଏମ୍ ସୂର୍ଯ୍ୟଘର ବିଜୁଳି ଯୋଜନାର ଲାଭ କିପରି ଜନସାଧାରଣ ନେଇପାରିବେ ଏବଂ ବିଜୁଳିରୁ ମୁକ୍ତ ହେବେ ସେ ସଂପର୍କରେ ବିଷଦ୍ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳର ସଂଯୋଜକ, ପଂଚାୟତ ସଂଯୋଜକମାନେ ଯୋଗଦେଇଥିଲେ । ସଭା ଶେଷରେ ରାମ୍ ନାରାୟଣ ସିଂ, ସୁରେନ୍ଦ୍ର ନାଥ ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ଆଇନ୍ଜିବୀ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି