ଭୋପାଳ, 5 ଜୁନ୍ (ହି.ସ.)- ମଧ୍ୟ ପ୍ରଦେଶର ରୀୱା ଜିଲ୍ଲାର ସୋହାଗୀ ପାହାଡ଼ ଅଞ୍ଚଳରେ ଗୁରୁବାର
ଦ୍ୱିପ୍ରହର ସମୟରେ ସିମେଣ୍ଟ ପିଲର ବୋଝେଇ ଟ୍ରକ୍ ଏକ ଅଟୋ ରିକ୍ସା ଉପରକୁ ଓଲଟି ପଡ଼ିଛି,
ଯାହା ଟ୍ରକ୍ କଡରେ ଚାଲୁଥିଲା।
ଏହି ଦୁର୍ଘଟଣାରେ ଅଟୋ
ରିକ୍ସାରେ ବସିଥିବା ଚାରିଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି।
ମୃତକମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଦୁଇଜଣ ଶିଶୁ ଅଛନ୍ତି। ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ
ପହଞ୍ଚିଛି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ହସ୍ଟିଟାଲ ନିଆଯାଇଛି । ପୋଲିସ ଘଟଣା
ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା