ଜୁନରେ ସରିବ ଇ କେୱାଇସି ପ୍ରକ୍ରିୟା
ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଜୁନ ମାସରେ ରାସନ କାର୍ଡ ପାଇଁ ଇ- କେୱାଇସି ପ୍ରକ୍ରିୟା ଶେଷ ହେବ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରକ୍ରିୟା ପରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି। ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି ।
ଜୁନରେ ସରିବ ଇ କେୱାଇସି ପ୍ରକ୍ରିୟା


ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଜୁନ ମାସରେ ରାସନ କାର୍ଡ ପାଇଁ ଇ- କେୱାଇସି ପ୍ରକ୍ରିୟା ଶେଷ ହେବ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରକ୍ରିୟା ପରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି। ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି । ଜୁନରେ କେୱାଇସି ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ ଦିଆଯିବ। ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା। ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଏବେ ଦିଆଚାଲିଛି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହଁ ଜନ ସେବା କେନ୍ଦ୍ର ରେ ଅନଲାଇନ ଆବେଦନ ହେଉଛି। ନୂଆ ସରକାରଙ୍କୁ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି। ଭିଡ଼କୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande