ବାସଗୃହ ଅଞ୍ଚଳରରେ ବ୍ଯବସାୟିକ ଦୋକାନ ଗୃହ ହେରାଗୋହିରି ସାହିରେ ଟ୍ରାଫିକ ଜାମ
ବାସଗୃହ ଅଞ୍ଚଳରରେ ବ୍ଯବସାୟିକ ଦୋକାନ ଗୃହ ହେରାଗୋହିରି ସାହିରେ ଟ୍ରାଫିକ ଜାମ ପୁରୀ, 5 ଜୁନ୍ (ହି.ସ.) ବଡ଼ଦାଣ୍ଡରୁ ଉଠାଦୋକାନୀଙ୍କୁ ଉଠାଇ ଦେବା ପରେ ବ୍ଯବସାୟୀ ମାନେ ସାହି ଭିତରେ ଦୋକାନ ଗୃହ ଗଢିଲେଣି । ହେରାଗୋହିରି ସାହି ଶିକ୍ଷତ ଅଞ୍ଚଳ ,ବାସଗୃହ ଅଞ୍ଚଳ ଓ ଶାନ୍ତ ଅଞ୍ଚଳ ଥିଲ
ବାସଗୃହ ଅଞ୍ଚଳରରେ ବ୍ଯବସାୟିକ ଦୋକାନ ଗୃହ ହେରାଗୋହିରି ସାହିରେ ଟ୍ରାଫିକ ଜାମ


ବାସଗୃହ ଅଞ୍ଚଳରରେ ବ୍ଯବସାୟିକ ଦୋକାନ ଗୃହ

ହେରାଗୋହିରି ସାହିରେ ଟ୍ରାଫିକ ଜାମ

ପୁରୀ, 5 ଜୁନ୍ (ହି.ସ.) ବଡ଼ଦାଣ୍ଡରୁ ଉଠାଦୋକାନୀଙ୍କୁ ଉଠାଇ ଦେବା ପରେ ବ୍ଯବସାୟୀ ମାନେ ସାହି ଭିତରେ ଦୋକାନ ଗୃହ ଗଢିଲେଣି । ହେରାଗୋହିରି ସାହି ଶିକ୍ଷତ ଅଞ୍ଚଳ ,ବାସଗୃହ ଅଞ୍ଚଳ ଓ ଶାନ୍ତ ଅଞ୍ଚଳ ଥିଲା । ଦୋଳବେଦି କୋଣରେ ଥିବା ଜୈନିକ ବ୍ଯବସାୟୀ କ୍ଷତି ପୂରଣ ଅର୍ଥ ପାଇବା ପରେ ହେରାଗୋହିରି ସାହିରେ ଦୁଇଟି ଗୋଦାମ ଘର ଓ ବ୍ଯବସାୟୀଙ୍କ ପ୍ରତିଷ୍ଠାନ ଖୋଲିଛନ୍ତି । ଏବେ କିଛିଦିନ ତଳେ ଚନ୍ଦନ ହୋଲସେଲ ଗୋଦାମ ଗୃହ ଖୋଲାଯାଇଅଛି । ହେରାପଞ୍ଚମୀ ଦିନ ମା ଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗି ହେରାଗୋହିରି ସାହି ଦେଇ ମନ୍ଦିରକୁ ଫେରିଥାନ୍ତି । ଶାନ୍ତ ଥିବା ଏହି ସାହି ବ୍ଯବସାୟ ପ୍ରତିଷ୍ଠାନ ଯୋଗୁ ପ୍ରତିଦିନ କୋଳାହଳମୟ ସୃଷ୍ଟି ହେଉଛି । ଯାହାଫଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ପାଠ ପଢିବାରେ ବାଧା ସୃଷ୍ଟି ହୋଇଛି । ହେରାଗୋହିରି ସାହିର ବୋର୍ଡିଙ୍ଗ ଛକ ଏକ ପ୍ରମୁଖ ଅଞ୍ଚଳ । ଦତ୍ତତୋଟା ଓ ବୁଢୀମାଙ୍କ ମନ୍ଦିରକୁ ପ୍ରମୁଖ ସଂଯୋଗ ରାସ୍ତା ରହିଛି । ସାହିରେ ଏଭଳି କମର୍ସିଆଲ କମ୍ପ୍ଲେକ୍ସ ଖୋଲିବା ପାଇଁ କିଏ ଅନୁମତି ଦେଲା । ସେହିଠାରେ ବୟସ୍କ ବୃଦ୍ଧ ଓ ଛାତ୍ରଛାତ୍ରୀମାନେ ଚନ୍ଦ୍ରଶେଖର ପାଠାଗାରରେ ଖବରକାଗଜ ଓ ମାଗାଜିନ ପଢିବାରେ ବାଧା ସୃଷ୍ଟି ହେଉଛି । ପୁରୀ ପୌରସଂସ୍ଥା, ପିକେଡିଏ ଓ ରେରା କିଭଳି ଏପରି ବିଶାଳକାୟ ମହଲ ନିର୍ମାଣ ପାଇଁ ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାହକ ମାନଙ୍କ ବାଇକ ଓ ବୁଲେଟ ରାସ୍ତା ଉପରେ ରଖୁଛନ୍ତି । ସାହିରେ ଖୋଲିଥିବା ଗୋଦାମ ମାଲିକ ମାନେ ଆୟକର ଫାଙ୍କିବା ପାଇଁ ଏଭଳି କମ୍ପ୍ଲେକ୍ସ ନିର୍ମାଣ କରୁଥିବା କୁହାଯାଉଛି । ଏହି ସ୍ଥାନଟି ପ୍ରମୁଖ ଛକ ହୋଇଥିବାରୁ ଟିଉସନ ସମୟରେ ଏହି ଅଞ୍ଚଳ କୋଳହଳମୟ ହେବା ସହ ଜାମ ରହୁଛି । ଦୁଇଟି ମାର୍କେଟ କମ୍ପ୍ଲେକ୍ସ ଖୋଲିବା ପରେ ସାହିରେ ଅନ୍ଯ ଦୋକାନ ଗୃହ ଖୋଲିବା ପାଇଁ ଖୋଜୁଥିବା ବେଳେ ଜାଗାର ମୂଲ୍ଯ ପାଞ୍ଚଗୁଣା ବଢି ଯାଇଛି । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି ବାସଗୃହ ଅଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ନଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande