ଭୁବନେଶ୍ୱର, 5 ଜୁନ୍ (ହି.ସ.)- ବର୍ଷକରେ
ବିରୋଧୀ ଭାବେ ବିଜେଡି ଭୂମିକା ନେଇ ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖିଛନ୍ତି । ବିଜେଡି
ବିରୋଧୀ ଭୂମିକା ନିର୍ବାହ କରିଛି । ପଛୁଆ ବର୍ଗ ପାଇଁ ଆନ୍ଦୋଳନ କରିଛି । ବିଧାନସଭାରେ ଵି
ଓଡିଶା ସ୍ୱାର୍ଥ ପାଇଁ ଦାବି କରି ଅଡ଼ି ବସିଛୁ । ସ୍ୱାର୍ଥ, ସମୃଦ୍ଧି ଓ ଉଜ୍ୱଳ ଭବିଷ୍ୟତର ସମ୍ଭାବନା ଯେଉଁଠି ନବୀନ ବାବୁ ସେଇଠି, ବିଜେଡି ସେଇଠି
ବୋଲି ସେ କହିଛନ୍ତି । ଗୋଷ୍ଠୀ କନ୍ଦଳ ନାମରେ ତିଳକୁ ତାଳ କରାଯାଉଛି । ମତ ପାର୍ଥକ୍ୟ ଅଛି, ଗୋଷ୍ଠୀ କନ୍ଦଳ
ନାହିଁ । ବିଜେପି ଦଳରେ ଵି ତାହା ଅଛି । ତେଣୁ ତିଳକୁ ତାଳ କରାନଯାଉ ବୋଲି ଗଣେଶ୍ୱର ବେହେରା
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା