ଗଙ୍ଗା ଦଶହରା:ଭକ୍ତମାନେ ପକାଇଛନ୍ତି ବିଶ୍ୱାସର ବୁଡ
କାନପୁର 5 ଜୁନ (ହି.ସ)- ଗଙ୍ଗା ଦଶହରା ଅବସରରେ ଗୁରୁବାର ସହରର ସମସ୍ତ ଗଙ୍ଗା ଘାଟରେ ବହୁ ସଂଖ୍ୟକ ଭକ୍ତ ପବିତ୍ର ବୁଡ ପକାଇ ପୁଣ୍ଣ୍ୟ ଅର୍ଜ କରିଛନ୍ତି।ଗଙ୍ଗା ସ୍ନାନ ପରେ ଭକ୍ତମାନେ ବାଲିରେ ଶିବଲିଙ୍ଗ ତିଆରି କରି ପୁଜାର୍ଚ୍ଚନା କରିଥିଲେ।ସୁରକ୍ଷାକୁ ଦୃଷ୍ଟିରେ ରଖି
ଗଙ୍ଗା ଦଶହରା:ଭକ୍ତମାନେ ପକାଇଛନ୍ତି ବିଶ୍ୱାସର ବୁଡ


କାନପୁର 5 ଜୁନ (ହି.ସ)- ଗଙ୍ଗା

ଦଶହରା ଅବସରରେ ଗୁରୁବାର ସହରର ସମସ୍ତ ଗଙ୍ଗା

ଘାଟରେ ବହୁ ସଂଖ୍ୟକ ଭକ୍ତ ପବିତ୍ର ବୁଡ ପକାଇ ପୁଣ୍ଣ୍ୟ ଅର୍ଜ କରିଛନ୍ତି।ଗଙ୍ଗା ସ୍ନାନ ପରେ

ଭକ୍ତମାନେ ବାଲିରେ ଶିବଲିଙ୍ଗ ତିଆରି କରି ପୁଜାର୍ଚ୍ଚନା କରିଥିଲେ।ସୁରକ୍ଷାକୁ ଦୃଷ୍ଟିରେ ରଖି

ଗଙ୍ଗା ଘାଟ ନିକଟରେ ପ୍ରବଳ ପୋଲିସ ବାହିନୀ ସହିତ ସିସିଟିଭି କ୍ୟାମେରା ଏବଂ ବ୍ୟାରିକେଟିଙ୍ଗ

ମଧ୍ୟ କରାଯାଇଥିଲା।ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ଗଙ୍ଗା ଦଶହରା ପର୍ବ

ବିଷୟରେ ଅନେକ ବିଶ୍ୱାସ ରହିଛି।ଯେଉଁଥିରେ କୁହାଯାଇଛି ଯେ ଆଜିର ଦିନ ରାଜା ଭଗୀରଥଙ୍କ ଘୋର ତପସ୍ୟା ଯୋଗୁଁ ମାତା

ଗଙ୍ଗା ପ୍ରସନ୍ନ ହୋଇଥିଲେ ଏବଂ ସେ ପୃଥିବୀରେ ଅବତାର ଗ୍ରହଣ କରିଥିଲେ।ସେବେଠାରୁ ନେଇ ଆଜି

ପର୍ଯ୍ୟନ୍ତ ଭକ୍ତ ଗଙ୍ଗାରେ ବିଶ୍ୱାସର ବୁଡ ପକାଇ ଆସୁଛନ୍ତି।ଏହା ସହିତ ଏହି ଦିନ ଗଙ୍ଗା ସ୍ତୋତ୍ରର

ପାଠ କରିବା ଦ୍ୱାରା ଭକ୍ତମାନଙ୍କର ମନସ୍କାମନା ,ଅଟକି ରହିଥିବା କାର୍ଯ୍ୟ ପୁରଣ ହୁଏ ଏବଂ ଘରେ

ସୁଖ ଏବଂ ସମୃଦ୍ଧି ଆସିଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande