ଭୁବନେଶ୍ୱର, 5 ଜୁନ୍ (ହି.ସ.)- ଆଦିବାସୀ
ସଂଗ୍ରହାଳୟରେମା' ପାଇଁ ଗଛଟିଏ
ଅଭିଯାନରେ ବୃକ୍ଷରୋପଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ମିଶନ ଲାଇଫ୍’ର କଳ୍ପନାକୁ ଆଗକୁ
ବଢାଇବା ତଥା ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନକୁ ଦୃଷ୍ଟିରେ ରଖି ‘ବିଶ୍ୱ ପରିବେଶ ଦିବସ’ ଅବସରରେ ମା'
ପାଇଁ ଗଛଟିଏ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ ସ୍ୱରୂପ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି ।
ମନ୍ତ୍ରୀ କହିଛନ୍ତି ଯେ, ପରିବେଶ
ଆମକୁ ସବୁ କିଛି ପ୍ରଦାନ କରିଛି, ଏହାର ପ୍ରତିବଦଳରେ ପରିବେଶର ସଂରକ୍ଷଣ କରିବା ଆମ ସଭିଙ୍କ ଦାୟିତ୍ୱ । ଆସନ୍ତୁ ପ୍ରକୃତିର ସୁରକ୍ଷା ପାଇଁ
ସଙ୍କଳ୍ପ ନେବା ଏବଂ ମାଆ ପାଇଁ ଗଛଟିଏ ଅଭିଯାନର ଦ୍ଵିତୀୟ ସଂସ୍କରଣରେ ୧୦ କୋଟି ଗଛ ଲଗାଇବାର ଯେଉଁ
ଲକ୍ଷ୍ୟ ରହିଛି ସେଥିରେ ନିଜର ଯୋଗଦାନ ଦେବା।
ଏହି ପରିପ୍ରେକ୍ଷୀରେ ଆଜି
ଆଦିବାସୀ ସଂଗ୍ରହାଳୟ , କୋରାପୁଟ ଠାରେ କୋରାପୁଟ
ବିଧାୟକ ଶ୍ରୀ ରଘୁରାମ ମାଛ, କୋଟପାଡ଼ ବିଧାୟକ
ଶ୍ରୀ ରୁପୁ ଭତ୍ରା ଏବଂ କୋରାପୁଟର ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା