ବିଜାପୁର, 5 ଜୁନ୍ (ହି.ସ.)-ଛତିଶଗଡ଼ର ନକ୍ସଲ
ପ୍ରଭାବିତ ବିଜାପୁର ଜିଲ୍ଲାର ଏକ ଜାତୀୟ ଉଦ୍ୟାନର ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲମାନଙ୍କ
ମଧ୍ୟରେ ଗୁଳିକାଣ୍ଡ ଜାରି ଅଛି। ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ
ଅଟୋମେଟିକ୍ ଅସ୍ତ୍ର ଜବତ କରାଯାଇଛି। ଏହି ଗୁଳିକାଣ୍ଡ ନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା
ଦେଇଛନ୍ତି ।
ଡିଆରଜି,
କୋବ୍ରା ଓ ଏସଟିଏଫ୍ର ଯବାନମାନେ ଜାତୀୟ ଉଦ୍ୟାନର
ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିଛନ୍ତି, ଯେଉଁଠାରେ ଲଗାତର ଭାବେ ଗୁଳି ବିନିମୟ ଚାଲିଛି। ଏହି ଗୁଳିକାଣ୍ଡରେ ଗୋଟିଏ ନକ୍ସଲ ନିହତ
ହେବା ସହ ତା ନିକଟରୁ ଏକ ଅଟୋମେଟିକ୍ ଅସ୍ତ୍ର ଉଦ୍ଧାର ହୋଇଛି ବୋଲି ଖବର ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା